STORYMIRROR

Sasmita Sethy

Others

2  

Sasmita Sethy

Others

ମୁଁ

ମୁଁ

1 min
160

ମୋ ଭିତରେ ଭାଙ୍ଗି ଯାଇଥିବା 

ସେଇ ଜିନିଷଟି ହିଁ ଖୋଜୁଛି

ଖାଲି ଶବ୍ଦ ହେଉଛି

କିନ୍ତୁ କାହାରିକୁ ଶୁଭୁ ନାହିଁ

ଵହଳ ବହଳ ଅନ୍ଧାର ଭିତର ସାରା

ଅସଜଡା ଆଉ ଅଳନ୍ଧୁ ଚାରିଆଡ଼େ

ଫରକ୍ ପଡେନି ।


ଖବର ରଖିନି 

ବସନ୍ତ କେବେ ଆସେ

ଫଗୁଣ କେତେବେଳେ ରଙ୍ଗ ବୋଳି ଦିଏ

ଫୁଲେଇ ପ୍ରଜାପତି ତା ସୁନ୍ଦର ଡେଣାରେ

ପ୍ରେମ ବାଣ୍ଟିଲା ପରେ ଥକି ଯାଏନି

 ବାସ୍

ମୋତେ ବେରଙ୍ଗ କହି ଥଟ୍ଟା କରେ

ଫରକ ପଡେନି ।


ବହିଷ୍କୃତ ଅଜ୍ଞାତ୍ ରେ ସନ୍ତୁଳି ହେଉଥିବା

ସେ ଗୋଟିଏ ଜିନିଷ ର ସନ୍ଧାନ ରେ

ଭୟ ତାର ଏଇ ମୁଖା ପିନ୍ଧା ମଣିଷ ପାଇଁ

ଯାହା ପାଇଁ ବାଜି ଲାଗିଛି ତା ଅସ୍ତିତ୍ବ

ପରଖି ପାରୁନି କି ବିଦ୍ରୋହ କରିପାରୁନି

ତଥାପି ଚେଷ୍ଟା ପୁଣି ଥରେ ତାକୁ ଖୋଜିବି

ସବୁ ଆବିଷ୍କାର ଇତିହାସ ରଚେନି

କିନ୍ତୁ ମୋ ଭିତରେ ଥିବା " ମୁଁ" କୁ 

ଆବିଷ୍କାର କରିବା  

ଜରୁରୀ ହେଇ ଯାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍