STORYMIRROR

Jugala Chandra Sahu

Others

3  

Jugala Chandra Sahu

Others

ତୁମେ ଗଲା ପରେ ପରେ

ତୁମେ ଗଲା ପରେ ପରେ

1 min
13.1K



ଶିଶିର ବି ପାରେ ତୃଷ୍ଣାକୁ ମେଣ୍ଟାଇ

ବରଷା ବି ଯାଏ ହାରି,

ମଦିରା ନିଶା ବି ତୁଚ୍ଛ ଲାଗେ ଏଠି

ପ୍ରେମ ନିଶା ଲାଗେ ଭାରି ।

ତୁମ ପାଇଁ ଯେବେ ଲେଖେ ମୁଁ କବିତା

ଶଦ୍ଦ ଯଏ ସବୁ ସରି,

କି ତୁଳନା ଦେବି ପ୍ରେୟସି ଗୋ ମୋର

ତୁମେ ପରା ଅପସରୀ ।

କାଳବୈଶାଖି ବି ରୋମାଞ୍ଚିତ କରେ

ସାଥେ ଥିଲେ ତୁମେ ସାଥି,

ତୁମ ବ୍ୟତିରକେ ଜୋଛନା ଝରାଏ

ବିରହ ଜ୍ଜ୍ୱଳାର ଗୀତି ।

ତୁମ ସ୍ମୃତି ନେଇ ସ୍ୱପ୍ନ ମୁଁ ରଚଇ

ତୁମେ ଗଢ ପ୍ରେମ ନିଡ,

ତୁମ ଓଠ ଛୁଆଁ ମନେ ପଡେ ଯେବେ

ପାଲଟିଯାଏ ମୁଁ ଜଡ ।

ଚାହାଣି ତୁମର କବିତା ଝରାଏ

ନିଶ୍ୱାସ କହଇ ଗପ,

ହୃଦୟ ସ୍ପନ୍ଦନ ଉପନ୍ଯାସ ରଚେ

ଇନ୍ଦ୍ରଧନୁ ତବ ରୂପ ।

ଅାଜି ବି ରହିଛି ତୁମ ପଦ ରେଖା

ବେଳାଭୂମି ବାଲି ପରେ ,

ଫୁଲେଇ ଫଗୁଣ ଅାଜି ଯେ ରୁଗୁଣ

ତୁମେ ଗଲା ପରେ ପରେ ।

ପାନ୍ଥ ଶାଳାର ପ୍ରେମ ପ୍ରେମ ପ୍ରଣୟକୁ

ସମୟ କରିଚି ଚୋରି,

ଚାଲୁ ଚାଲୁ ଏହି କଣ୍ଟକିତ ପଥେ

ବନ୍ଦି ଦେଲା ଚୋରାବାଲି ।

ସବୁ ପ୍ରେମ ଏଠି ହୁଏ ନାହିଁ ସତ

ପ୍ରେମ ପରା ଅଭିଶପ୍ତ ,

ଅଭିଶପ୍ତ କେବେ ସ୍ୱୀକୃତି ପାଏନା

ଅଖି ବି ଝରାଏ ରକ୍ତ ।

-----

ଯୁଗଳ ଚନ୍ଦ୍ର ସାହୁ

ଶେରାଙ୍କୁଡା, ଶେରଗଡ,

ଗଞ୍ଜାମ-୬୭୧୧୦୬

ଦୂରଭାଷ-୯୭୭୮୦୭୫୪୧୫


Rate this content
Log in