ତୁମ ଖୋଲାଦ୍ଵାରେ
ତୁମ ଖୋଲାଦ୍ଵାରେ
ହେ ନୀଳ ନୟନା !
ସେତେବେଳେ ଏ ବିରାଟ ପୃଥିବୀଟା ନିସ୍ତବ୍ଧରେ ଥିଲା ,
ଯେତେବେଳେ ତୁମକୁ ମୁଁ ପାଇବାକୁ ମନ ଖୋଜୁଥିଲା ।।
ଯେତେବେଳେ ତୁମଦ୍ଵାରେ ପହଁଚି ମୁଁ ମୋପାଦ ଥାପିଲି,
ତୁମଚକ୍ଷୁ ଭରିଥିଲା ଗଭିରିଆ ସାଗରର ଯାହା ମୁଁ ଦେଖିଲି।।
ତୁମ ବାହୁ ବନ୍ଦନରେ ସ୍ଵର୍ଗର ସେ ଅନୁତାପ ଥିଲା ,
ଶତୃଭାବେ ଈଶ୍ଵରଙ୍କ ସ୍ପର୍ଶ ଖୋଜୁଥିଲା ।।
ହେଲେ .......
ସମୟତ ଦେଲାନାହିଁ ଘଡିଟା ମୋହର ,
ତେଣୁ ସ୍ଥାଣୁ ପାଲଟିଲା ମୁହୂର୍ତ୍ତଟା ମୋର ।।
ତେବେ .....
ଆଲୁଅଟା ଲିଭିଗଲା ବିନା ଅପେକ୍ଷାରେ ,
ଆକାଶରେ ଯେତେ ଥିଲେ ତାରକା ରୂପରେ ।।
ସୂର୍ଯ୍ୟ ଉଁଏ ଆଉଥରେ ଯେବେ ଆକାଶରେ ,
ତାହାହେଲା ....
ତାହାହେଲା ଆଉଏକ ଦିବା ,
ସୁନ୍ଦର ଏ ପୃଥିବୀରେ ଉପସ୍ଥିତ ଅବା ।।
ଏକ ନୂତନ ଯାଗାଟି ଯା ଏବେବି ଅଚିହ୍ନା
ରହିଗଲା ଶେଷରେ ଯା ଏକା ତୁମ ଚିହ୍ନା ।।
ତାହା .....
ତାହା ଖାଲି ମୋ ପାଦ ଚିହ୍ନଟା ,
ସ୍ପଷ୍ଟ ବାରି ପାରୁଥିବ ତୁମରି ମନଟା ।।
#@ବିରେନ୍ ରାୟ ,
ମୋ =୯୪୩୭୪୬୩୫୩୮,
ଭୁବନେଶ୍ବର ।