STORYMIRROR

Sangha Mitra Raiguru

Others

3  

Sangha Mitra Raiguru

Others

ତୁମ କାଉଁରୀ ଛୁଆଁରେ

ତୁମ କାଉଁରୀ ଛୁଆଁରେ

1 min
14K


ତୁମ କାଉଁରୀ ଛୁଆଁରେ ମୌସୁମୀ!,

ତୁମ କାଉଁରୀ ଛୁଆଁରେ,

ସରିଯାଏ ଵଇଶାଖି ପ୍ରେମ

ଭାଗିଂ ଦେଇ ମାନ ଅଭିମାନ, ଫେରି ଆସେ ମନୁଆଁ ଶ୍ରାବଣ।।

ଜଳିଯାଏ ନିର୍ଲ୍ଲଜ ଖରାର ନିର୍ମମ ତାତି

ହୁଏ ଏକାକାର,

ସ୍ୱପ୍ନୀଳ ଶୀତ

ମଳୟର ଗୀତ

ଭୋଦୁଅର ଆକର୍ଷଣ

ଅଶିଣ  ଲାଜ ଲାଜ ଚିଠି।।

ମୌସୁମୀ, ତୁମ କାଉଁରୀ ଛୁଆଁରେ-

ହଜିଲା ଶୈଶଵ ଏଇ ହାତ ପାହାନ୍ତାରେ

ଓଳି ତଳ କାଗଜ ଡ଼ଗାଂରେ

ମୌସୁମୀ, ତୁମ କାଉଁରୀ ଛୁଆଁରେ-

ଵାଟେ ଘାଟେ ଫୁଲେଇ ଫୁଲଙ୍କର ହାଟ

ମତୁଆଲା ମହୁଲୀ ବାସ୍ନାରେ

ଭଅଁରଙ୍କ ସହରଟା ପୁରା ଛଟପଟ।।

ମୌସୁମୀ, ତୁମ କାଉଁରୀ ଛୁଆଁରେ

ଭରିଯାଏ ମାଟି ଆଁ,ଲିଭିଯାଏ କ୍ଷତ

ଚଷା ଭାଇ ସଜାଡେ ଲଗଂଳ

ଵୁଣିଵାକୁ ସ୍ୱପ୍ନର ସଵୁଜ ପଣତ।।

ମୌସୁମୀ,ତୁମ କାଉଁରୀ ଛୁଆଁରେ-

କେଜାଣି ଥାଏ କି କୁହୁକ

ଏଠି ସେଠି ସବୁଠି ମିଳନର ପର୍ବ

ଏଇ ଦେଖ------

କାହିଁ କେତେ ଦିନ ପରେ

ମେଣ୍ଟିଛି ପ୍ରତିକ୍ଷାର ଶୋଷ

ତରଳି ଯାଇଛି ଆକାଶ

ଲକ୍ଷେ ଶୀହରଣ ଵଦଳରେ ଯାଚିଛି ଏ ଧରା ତାକୁ ପ୍ରୀତି ଭରା ଉଷୁମ ନିଃଶ୍ୱାସ।।।।

ସଂଘମିତ୍ରା ରାଏଗୁରୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍