Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahara Nanda

Others

2  

Sahara Nanda

Others

ଠିକଣା ଆମର ଠିକଣାରେ ରହିଯିବ

ଠିକଣା ଆମର ଠିକଣାରେ ରହିଯିବ

1 min
6.6K


ସକାଳ ସୁରୁଜ ପଶ୍ଚିମ ଆକାଶେ,

ଲୀନ ହୁଏ ନୀତି ହେଉଥିବ |

ସୁଖ ପରେ ଦୁଃଖ ,ଦୁଃଖ ପରେ ସୁଖ

ଲାଗିତ ରହିଛି ଲାଗିଥିବ |

ହେଲେ ଜୀବନର ସତ୍ୟ ବହୁତ ଜଟିଳ,

ରହସ୍ୟ ଆମର ରହସ୍ୟରେ ରହିଯିବ |


ଶ୍ରାବଣ ଆସୁଛି ଆସୁଥିବ,

ମୟୂର ନାଚୁଛି ନାଚୁଥିବ,

ବର୍ଷା ରାତିରେ ଅନ୍ଧାର ଭିତରେ,

ବିଜୁଳି ତ ଖେଳ ଖେଳୁଥିବ |

ହେଲେ ବିରହୀଣୀ ଆଜି ଏକା କି କାନ୍ଦୁଚି ,

ସପନ ତାର ସପନରେ ରହିଯିବ |


ପରବ ପୁନିଅ ମେଳା ମଊଛବ,

ଆସଇ କେତେ ଯେ ଆସୁଥିବ |

ମନ୍ଦିର,ମସଜିଦ,ଗୁରୁଦ୍ୱାରେ ଭିଡ,

ଶଙ୍ଖ ଘଣ୍ଟ ଧ୍ୱନି ଶୁଭୁଥିବ |

ହେଲେ ବିଦେଶୀ ପୁଅକୁ ମାଆ ଆଖି ଖୋଜେ ,

ଆଶା ତ ତାର ଆଶାରେ ମଊଳିଯିବ |


ଜନମ ମୃତ୍ୟୁର ତାଣ୍ଡବ ଳୀଳା ତ

ଳୀଳା କରୁଅଛି କରୁଥିବ |

କା ଓଠରେ ହସ କା ଆଖିରେ ଲୁହ

ହାରଜିତ ଖେଳ ଚାଲିଥିବ |

ହେଲେ ମୋହ ସାଗରରେ ଉବୁଟୁବୁ ହୋଇ

ମାଟିର ମଣିଷ ଏ ମାଟିରେ ଦିନେ ମିଶିଯିବ |


ଫଗୁଣ ଆସୁଛି ଆସୁଥିବ |

କୋଇଲି ଗାଉଛି ଗାଉଥିବ |

ଆମ୍ବଗଛ ଡାଳୁ ବଉଳ ଫୁଲର

ବାସନା ଆସୁଛି ଆସୁଥିବ |

ହେଲେ ବାଲିର ଶଯ୍ୟାରେ ଶୋଇଗଲେ ଥରେ,

ଠିକଣା ଆମର ଠିକଣାରେ ରହିଯିବ |


Rate this content
Log in