STORYMIRROR

Meena Swain

Others Romance

3  

Meena Swain

Others Romance

ତମେ ପାଖେ ପାଖେ ଥାଅ ବୋଲି ତ..

ତମେ ପାଖେ ପାଖେ ଥାଅ ବୋଲି ତ..

1 min
13.5K


ତମେ ପାଖେ ପାଖେ ଥାଅ ବୋଲି ତ..

କେଶ ପଖାଳେ ଟୁବି ଗାଡ଼ିଆ

କଇଁ ଫୁଲର ବାସ୍ନାରେ,

ଧାରେ ଗାଢ଼ କଜ୍ଜଳ ନାଇ

ନେସି ହୁଏ ଫୁରୁଫୁରି

ପଥର ଛାତିରେ।

ତମେ ପାଖେ ପାଖେ ଥାଅ ବୋଲି ତ..

ବିଲାତି ଦଳର ଝିନ ବସନ ପଛରୁ

ସାମ୍ନା କରୁଥାଏ ପୋଖରୀ

ତୁଠ ପଥରର ସମ୍ମୋହକ ଚାହାଣି,

ଆକାଶର ଆତୁର ହସ୍ତ

ମାପୁଥାଏ ଧରିତ୍ରୀର ପ୍ରେମ

ଧରି କେଉଁ ଅଦେଖା ଗଉଣି।

ଆହୁରି ଗାଢ଼ ହେଉଥାଏ

କୃଷ୍ଣଚୂଡାର ଅଳତା,

ସୂର୍ଯ୍ୟ ମାପେ ଓଠରେ

ନଈ ଛାତିର ଉଷ୍ଣତା।

କେବଳ ତମେ ପାଖେ ପାଖେ ଥାଅ ବୋଲି ତ।


Rate this content
Log in