STORYMIRROR

Meena Swain

Others

2  

Meena Swain

Others

ସବୁଠି ତ ଦିଶେ କବିତା ମୋତେ...

ସବୁଠି ତ ଦିଶେ କବିତା ମୋତେ...

1 min
13.5K


ସବୁଠି ତ ଦିଶେ କବିତା ମୋତେ...

ସବୁଜ ବାଉଁଶ ରାଣୀ

ତା ନହକା ଦେହରେ

ବେଢେଇ ଥିବା ଧୂସର ଶାଢ଼ିରେ,

ଖର୍ ଖର୍ ଉଡ଼ୁଥିବା ତା କେଶ ରାଶିରେ,

ଅଭିମାନରେ ମୁହଁ ମାଡି ଶୋଇଥିବା

ତା ଶୁଖିଲା ପତ୍ରରେ,

ତା ଚେରର ଆଲିଙ୍ଗନରେ

ବିବଶ ହୋଇଥିବା ମାଟିରେ,

ସୂର୍ଯ୍ୟର ସ୍ପର୍ଶରେ ଶିହରିତ

ତା ଛାଇ ଆଲୁଅ ଖେଳରେ,

ସବୁଠି ଶୁଭୁଥାଏ ମୋତେ

ଶବ୍ଦର ଛକାପନଝା

ତାକୁ ଛୁଇଁ ଆସୁଥିବା ଶୀତଳ

ପବନର ହିଲ୍ଲୋଳରେ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍