ତିତଲି
ତିତଲି
ଫାଇଲିନ ଗଲା ହୁଡହୁଡ ଗଲା
ଆସିଲା ତିତଲି ଝଡ଼,
ନାରଖାର କରି ଛାଡି ଚାଲିଗଲା
କରିସବୁ ଗଡ଼ବଡ଼ ।।୧।।
ମୂଷଳ ଧାରାରେ ବର୍ଷାର ପ୍ରକୋପ
ତା ସାଙ୍ଗକୁ ଘୁର୍ଣ୍ଣିଝଡ଼,
ନିମନେ ଜଳରାଶି ଉର୍ଦ୍ଧ୍ୱେ ବାୟୁ ସ୍ରୋତେ
ମଧ୍ୟରେ ଜୀବଙ୍କ ଗଡ଼ ।।୨।।
ପବନର ଗୁରୁଗମ୍ଭୀର ଗର୍ଜନ
ମନରେ ରଚିଲା ଭୟ,
ବେଗଗାମୀ ନଦୀ ସ୍ରୋତର ତାଣ୍ଡବେ
ମନକୁ କଲା ଅଥୟ ।।୩।।
କୋଳାହଳପୂର୍ଣ ସଡକଗୁଡିକ
ହୋଇଗଲା ନିରିଜନ,
ନିମିଷେକ ମଧ୍ୟେ ଓଡ଼ିଶାର ଶୋଭା
କରିଦେଲା ଶୀରିହୀନ ।।୪।।
ଶିକ୍ଷା, ସ୍ୱ।ସ୍ଥ୍ୟ ଓ ଯାତାୟତ ଆଦି
ହେଲା ବେଶୀ ବିପର୍ଯ୍ୟସ୍ତ,
ଦୀନ, ଦୁଃଖୀ, ରଙ୍କି ଆଦିଙ୍କ ଜୀବନ
କରିଦେଲା ଅସ୍ତ ବ୍ୟସ୍ତ ।।୫।।
ଅପସରିଗଲା ଆଲୋକର ଖେଳ
ଘୋଟିଲା ଘୋର ଅନ୍ଧ।ର,
ରାତ୍ରିଚରଙ୍କର ବିକଟାଳ ଶବ୍ଦେ
ରାତ୍ରି ହେଲା ଭୟଙ୍କର ।।୬।।
ହେ ତିତଲି ତୁମେ ଶୁଣିପାର ନାହିଁ
ଦୁଃଖିଙ୍କ ଆର୍ତ୍ତ ଚିତ୍କାର,
କାହିଁକି ବା ତୁମେ ଶୁଣିବ ଆମର
ତୁମେ ଯେ ଖେଳ ଚକ୍ରାକାର ।।୭।
ହେ ଫାଇଲିନ ହେ ହୁଡ଼ହୁଡ଼
ହେ ତିତଲି ବନ୍ଧୁମାନ,
ଏହିପରି ଆସି ବହୁକଷ୍ଟ ଦେଇ
କରନାହିଁ ହୀନିମାନ ।।୮।।
ହେ ଫାଇଲିନ ହେ ହୁଡ଼ହୁଡ଼
ହେ ତିତଲି ବନ୍ଧୁଗ୍ରଣ,
ଆମ ସୁଖଶୀରି ଦେଖି ପାରନାହିଁ ବୋଲି
ଚାଲିଆସ ପ୍ରତିକ୍ଷଣ ।।୯।।
ମୁଁ ତିତଲି କହୁଛି ଆପଣମାନଙ୍କୁ
ମୋର କିଛି ଦୋଷ ନାହିଁ,
ପରିବେଶକୁ ଆପଣ ଯତ୍ନରେ ରଖିଲେ
ଆଉ ମୁଁ ଆସିବି ନାହିଁ ।।୧୦।।
ବଂଶୀଧର ବେହେରା
ଶିକ୍ଷକ , ପି.ୟୁ.ପି.ଏସ, କେ.ସାମନ୍ତରାପୁୁର
ଫୁଲସୁନ୍ଦରୀ ସାହି
ଗ୍ରା/ପୋ-ଦିଗପହଣ୍ଡି ,ଗଂଜାମ
ପିନ-୭୬୧୦୧୨
