STORYMIRROR

Ranjan Naik

Others

3  

Ranjan Naik

Others

ତାରା

ତାରା

1 min
227

ପଶ୍ଚିମ ଆକାଶେ ଚିତ୍ର ଆଙ୍କି ରବି

       ହେଉଥାଏ ଅସ୍ତଗାମୀ  

ପୂରୁବ ଆକାଶେ ଶୀତଳ ଚନ୍ଦ୍ରମା

      ଆସୁଥାଏ ଝୁମି ଝୁମି ।।


ପାଦ ଥାପି ଥାପି ଆସେ ସନ୍ଧ୍ୟା ରାଣୀ

     କଳା ମେଘି ପାଟ ଟାଣି 

ନିମିଷ ମାତ୍ରକେ ମର୍ତ୍ତ୍ୟ ଭୁବନରେ 

     ଅନ୍ଧାରକୁ ଦିଏ ବୁଣି ।।


ଗୋଟି ଗୋଟି ହୋଇ ଅଦୃଶ୍ୟ ତାରକା

      ହେଉଥାନ୍ତି ଦୃଶ୍ୟମାନ 

ସତେକି ରଜନୀ କଳାପାଟ ବସ୍ତ୍ରେ

      ଲାଗିଅଛି ମତି ମାନ ।।


କିବା କେ କରିଅଛି ଗଗନେ 

       ତାରା ଫୁଲ ଚାଷ  

ରାତିରେ ଫୁଟି ଦିଶୁଛି 

       ଦିଗ ଦଶ ଦଶ ।।


ଚକ୍ ମକ୍ ଚମକ ରେ ଚମକି ଦିଶନ୍ତି

     ରତ୍ନ ଦୀପାବଳି ସମ 

ମିଞ୍ଜି ମିଞ୍ଜି ଜଳୁଛନ୍ତି ଆକାଶେ ହୋଇ

     ଖଦ୍ୟୋତ କୀଟର ସମ ।।


ସପ୍ତର୍ଷିମଣ୍ଡଳ ବସିଛନ୍ତି

      ପ୍ରଶ୍ନବାଚୀ ହୋଇ  

ଉତ୍ତର ପଶ୍ଚିମା ଆକାଶେ ଧୃବ

       ବସି ହସୁ ଥାଇ ।।


ତାରକା ମଧ୍ୟେ ଚନ୍ଦ୍ରମା ଢାଳି

      ଶୀତଳ ଜୋଛନା  

ଶୀତଳତା ଭରିଦିଏ ମନେ

      କେତେ ଉନ୍ମାଦନା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍