STORYMIRROR

Ranjan Naik

Others

3  

Ranjan Naik

Others

ମୋ କାହ୍ନୁ ଯିବ ମାଉସୀ ଘର

ମୋ କାହ୍ନୁ ଯିବ ମାଉସୀ ଘର

1 min
222

ଆ ସଜ କରିଦେବି ମୋ କଳା କହ୍ନେଇ

ମାଉସୀ ଘରକୁ ଯିବ ଭଉଣୀ ଭାଇ 

ବଳିଆ ହଳଦିମୁହିଁ ସଜବାଜ ହୋଇ

ବାଟ ଚାହିଁଛନ୍ତି ତୋର ଦୂଆରେ ଯାଇ ।।


ସୁବାସ ନିରରେ ତତେ ଦେବି ଗାଧୋଇ

ଟିପି ଟିପି ଚନ୍ଦନରେ ଦେବି ସଜେଇ 

ରଖିଛି ଖଣ୍ଡୁଆ ପାଟ ଦେବି ପିନ୍ଧେଇ

ନଟଖଟିଆରେ ମୋର କଳା କହ୍ନେଇ ।।


ଲଗେଇବ ନଜର କେ କାହ୍ନୁକୁ ମୋର 

ସେ ଲାଗି ବୋଳିଛି ଦେହେ କଜଳ ତାର

ତଥାପି ମୋ କଳା କାହ୍ନୁ ଦିସେ ସୁନ୍ଦର

ଖଞ୍ଜିଛି ଚନ୍ଦ୍ରିକା ଚୂଳ ମଥାରେ ତା'ର ।।


ଆ...ଟାହିଆ ମୁଁ ବାନ୍ଧିଦେବି ମୁଣ୍ଡରେ ତୋର 

ନାଚି ନାଚି ଯିବୁ ଧନ ମାଉସୀ ଘର 

ବାଟ ଖରଚବି ଦେବି ହାତରେ ତୋର 

ତୋ ବାଟକୁ ଚାହିଁ ଥିବ ମାଉସୀ ତୋର ।।


ରଥରେ ବସିବୁ ଧନ ଦେଖି ଚାହିଁ କି 

ଦାରୁକରେ ରଥ ଚକ ନେବୁ ସଳଖି 

ଭକତ ଗହଳେ କାଳେ ଲାଗିବ ଡର 

ବଳିଆରେ ଧରିଥିବୁ ହାତ କାହ୍ନୁର ।।


ପହଞ୍ଚିଲେ ବଳିଆ ଗୁଣ୍ଡିଚା ନଅର

ଖବର ଦେବୁ ରେ ଧନ ଦାସ ହାତର

କୁଡୁଆ ଭରିଛି ରସ ଖଜା ମହୁର 

ପହଞ୍ଚି ହାତରେ ଦେବୁ ଗୁଣ୍ଡିଚାର ।।


ପୋଡ଼ ପିଠା ଖାଇ ତୁ ମାଉସୀ ହାତର

ଭୁଲି ଯିବୁନି ବଡ଼ ଦେଉଳକୁ ତୋର

ତୋ ବିନେ ଶ୍ରୀ ହୀନ ଲାଗେ ଶୀରି କ୍ଷେତର 

ସଅଳ ଆସିବୁ ଫେରି କାଳିଆ ମୋର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍