"ସୁଗୁଣ ମୋତେ ଦିଅ"
"ସୁଗୁଣ ମୋତେ ଦିଅ"
ତଟିନୀ ଠାରୁ ସାଗର ବଡ଼
ହେଲେ ତଟିନୀ ପରି
ଦେଇ ସେ ମିଠା ଜଳ ତୃଷାର୍ତ୍ତେ
ପାରେନି ତୃଷା ହରି ।। ୧
ଶେଫାଳି ଠାରୁ ପଲାଶ ବଡ଼
ହେଲେ ଶେଫାଳି ସମ
ମଧୁର ବାସ ବିତରିବାରେ
ନୁହଇଁ ସେହୁ କ୍ଷମ ।। ୨
ମଧୁପ ଠାରୁ ଡ଼ାଆସଂ ବଡ଼
ହେଲେ ମଧୁପ ଭଳି
ସର୍ଜେ କି ସେହୁ ମଧୁର ମଧୁ
ପୀୟୂଷ ଠାରୁ ବଳି ? ।। ୩
କୋକିଳ ଠାରୁ କରଟ ବଡ଼
ହେଲେ କୋକିଳ ପରି
ଗାଇ ସେ ଗୀତ ମନେ ଆନନ୍ଦ
ପାରଇ କ'ଣ ଭରି ? ।। ୪
ରୂପରେ ବଡ଼ ହେଲେ କେବଳ
ମୂଲ୍ୟ ତହିଁ ରେ ନାହିଁ
କ୍ଷୁଦ୍ର ମୁହିଁ ସୁଗୁଣ ମୋତେ
ଦିଅ ଜଗତ ସାଇଁ ।। ୫
ଶ୍ରୀ ଶରତ କୁମାର ବେହେରା (ପାଲା ଗାୟକ)
ଗ୍ରାମ - ମଳୁଖପାଟଣା
ପୋ - ସାରଙ୍ଗଯୋଡ଼ି
ଭାୟା - ସାକ୍ଷୀଗୋପାଳ
ଜିଲ୍ଲା - ପୁରୀ
ପିନ୍ - ୭୫୨୦୧୪
ମୋ - ୭୬୦୯୯୭୭୩୧୯
