"ସେବାରେ ତାହାର ମାତି"
"ସେବାରେ ତାହାର ମାତି"
ସେନେହ,ମମତା ସଲିଳେ ପୂରିତ
ଯା' ହୃଦୟ ପାରାବାର
ତ୍ରି ଭୁବନେ ଜଣେ ମିଳିବେ ନାହିଁ ଯା'
ତୁଲେ ଗାରିବାକୁ ଗାର ।। (୧)
ଦିନେ ନୁହେଁ ଦଶ ମାସ ଦଶ ଦିନ
ଗରଭ ଯାତନା ସହି
ଜନମ ଦିଅଇ ସହିଷ୍ଣୁତା ପଣେ
ସରି ନୁହେଁ ଯାକୁ ମହୀ ।। (୨)
ଯା' ହାତ ରାନ୍ଧଣା ପୀୟୂଷରେ ଗଣା
ସୁମଧୁର ଯାର ଡାକ
ଯା' ଅଙ୍କେ ଆଶ୍ରୟ ଘେନିଲେ ସନ୍ତାନ
ତୁଚ୍ଛ ମଣିଥାଏ ନାକ ।। (୩)
ଯା' ଶୁଭ ଆଶିଷ ଲଭିଲେ ଜଗତେ
ନଥାଏ କାହାକୁ ଭୟ
କଣ୍ଟକିତ ପଥ ହୁଏ କୁସୁମିତ
ଦୂର ହୁଏ ପରାଜୟ ।। (୪)
ସନ୍ତାନ ହିତେ ଯେ ସଳିତା ପରାୟେ
ଜଳୁଥାଏ ଦିବା ରାତି
ହେ ସନ୍ତାନ ଗଣ ବିତାଅ ଜୀବନ
ସେବାରେ ତାହାର ମାତି ।। (୫)
ଶ୍ରୀ ଶରତ କୁମାର ବେହେରା(ପାଲା ଗାୟକ)
ଗ୍ରାମ - ମଲୁଖପାଟଣା
ପୋଷ୍ଟ - ସାରଙ୍ଗଯୋଡ଼ି
ଭାୟା - ସାକ୍ଷୀଗୋପାଳ
ଜିଲ୍ଲା - ପୁରୀ,ଓଡ଼ିଶା
ପିନ୍ - ୭୫୨୦୧୪
ଦୂରଭାଷ - ୭୬୦୯୯୭୭୩୧୯
