STORYMIRROR

Sarita Dash

Others

3  

Sarita Dash

Others

ସୁଅର ସାଥେ ସାଥେ

ସୁଅର ସାଥେ ସାଥେ

1 min
366


ସୁଅର ସାଥେ ସାଥେ ଭାସି ଯିବାଟା ଈ ଜୀବନ,

ନା କୂଳ,ନା କିନାରା, ....କିଛିନୁହ ତୋରି ଆୟତ ରେ।

ବାୟା ଚଢେଇର ବସା, ନା ,ବସା,ନା ତା ଭିତର ର

ସଂସାର,...କିଛି ବି,ତୋର ନୁହଁ ।

ସବୁ କିଛି କୁ ଆପଣା ର କହି

ସାଉଁଟୁ ଥିବା ...

ବୋକାଟିଏ ତୁ,..ନିହାତି ବୋକା।

ମୁଖା ପିନ୍ଧା ର ପ୍ରତି ଯୋଗିତା ଚାଲିଛି, ଚାଲିଥିବ, .:

ପାରୁଛୁ ତ ପିନ୍ଧି ନେ, ତତେ ସୁହଉଥିବା ଭଲ ମୁଖା ଟିଏ।

ଅନ୍ୟଥା ଚୁପ୍ଚାପ୍ ଦେଖୁଥା ମାଙ୍କଡ ନାଚ।

ହସିଲେ ବି ଏକା, କାନ୍ଦିଲେ ବି ଏକା।

ଏଈ ଏକା ପଣ ରୁ ମୁକ୍ତି ନାହିଁ ,,

ଆଖି ଖୋଲିଲେ ଦେଖିବୁ ,ନିରାପଦ ଦୂରତ୍ବ ରେ

ଠିଆହୋଇ ,ସମସ୍ତେ ଦେଖୁଛନ୍ତି ,ତତେ।

ତୁ କେତେ ବେଳେ ୟା ଭିତରେ ପାଲଟି ଯାଇଛୁ

ମାଙ୍କଡ ନିରୋଳା ମାଙ୍କଡଟିଏ....

ତୋ ବେକରେ ବନ୍ଧା ଲୁହାର ଶିକୁଳି

ଅସହାୟତାର ସୀମାହୀନ,ଅନ୍ଧାର।ତୋଚାରିପାଖେ


ଆଉ,ଚାରିଆଡେ ,ଓଠରେ,ପାଟିରେ,ହାତଦେଇ,

ହସୁଥିବା,ସବୁ ଚିହ୍ନାମୁହଁ

ସବୁ କିଛି ତୋ ଆୟତର ବାହାରେ।

କେବେ ତୁ ବାୟାଚଢେଈ କେବେ ମାଙ୍କଡ, କେବେ

ଆଉକଣ,କେବେ ଆଉ କଣ।

ଯା ସୁଅରେ ହିଁ ଭାସିଯା ...

ଭାସିଯିବାଟା ଇ ତୋର ଭାଗ୍ୟ।

~ସରୀତା ଦାଶ୍


Rate this content
Log in