STORYMIRROR

Bimal Behera

Others

2  

Bimal Behera

Others

ସଂଧ୍ୟା ଅବକାଶେ

ସଂଧ୍ୟା ଅବକାଶେ

1 min
499

ଦିନ ଓ ରାତି ର ମଝି ପାଚେରୀ

ହେଉଛି ସଂଧ୍ୟା

ସାରା ଇଲାକାର ପାଣିଚିଆ ଅନ୍ଧାର

ଗୋଡ ଟେକି ଅପେକ୍ଷା କରିଥିଲା

ଗାଢ ଅନ୍ଧାରକୁ ,ଗୋ ଧୂଳିକୁ

କୃଷକର ନାନାବାୟା ଗୀତକୁ

ଦୀପ ଆଳତୀକୁ ଓ ଗଞ୍ଜେଇର ଧୂଆଁକୁ ।


ଧୂପରେ ବି ଧୂଆଁ ର ମନ ନଥିଲା

ବିଲେଇର ଜିଭ ଲହ ଲହ କ୍ଷୀର ବଢାରେ

ପ୍ରେମିକା ରାମ୍ପୁଡି ଦେଉଥିଲା ଗାଲକୁ ।


Rate this content
Log in