STORYMIRROR

Usmitamanjari Dash

Inspirationa

2  

Usmitamanjari Dash

Inspirationa

ସ୍ମୃତିର ଶାଣିତରେ "ନାରୀ"

ସ୍ମୃତିର ଶାଣିତରେ "ନାରୀ"

1 min
2.8K


ଚାରୋଟି ପଡୁଥିଲେ ଶୋଇ ନିର୍ଭୟରେ

ନିଃଛନ୍ଦରେ ଦେଖୁ ଦେଖୁ କଟିଗଲା କେଇଟା ବରଷ

ମୁଁ ରହିଗଲି ସ୍ମୃତିର ଶାଣିତ ହୋଇ

କିନ୍ତୁ ତୁମ ବୋଉ ତ ବଞ୍ଚିଛି ?

ମୁଁ ଆଜି ସ୍ମୃତିର ଫଳକେ ଝୁଲୁଛି

ତୁମ ବୋଉ ବଞ୍ଚି ବି ପ୍ରତିଦିନ ହିଁ ମରୁଛି

ବୋଉ ତୁମ ପଣତେ ପୋଛି ଲୁହ

ପାଷାଣୀ ଆଜି ସାଜିଛି

ଦୁଇ ଆଖି ଶ୍ରାବଣେ ନଈ ସିନା

ତୁମ ପାଇଁ ଆଡ଼ିକିଆ ହସଟେ ହସିଛି

ଅନ୍ଧାରୁଆ ଘର କୋଣେ କାନି ପାତି ଲଜ୍ଜାକୁ ସହୁଛି

ବୋଧ ହୁଏ ଅଯୋଗରେ ଶଙ୍ଖା ସିନ୍ଦୁର ଲିଭିଛି

ବ୍ୟଭିଚାରି ପୁତ୍ର କିବା କାମିନୀ ରସୁଛି

ପଣତ ତଳେ ତାର ବିଶାଳ ହୃଦୟ ଚେନାଏ ସେନେହ ଭରା

ପ୍ରେରଣା ଦାୟିନୀ ଆଜି

ଅଲୋଡ଼ା ଅପାଶୋରା

କନ୍ୟା ଚାଲିଯାଇ ସଂସାର ଗଢ଼ଇ

ଏ ଦୁନିଆର ରୀତିନୀତି ସମବେଦନାଶୀଳା ସତତ ମଣିବ

ଏ ସିନା ତା ମାତୃ ପ୍ରୀତି ଜଠରାଅଗ୍ନି ସ୍ଥାନ ଦେଇଦିଏ

ଭୂମିଷ୍ଠ କରିଛି ପୁତ୍ର ବୋଲି ମାତୃ ଋଣ ତାରେ ସୁଝି

ପାରିବକି ନିଜକୁ ପଚାର ଖାଲି ???


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍