STORYMIRROR

PRADYUT MAHAKHUD

Others

3  

PRADYUT MAHAKHUD

Others

ସ୍ମୃତି

ସ୍ମୃତି

1 min
25.6K


ସ୍ମୃତି ଗୋ ତୁମର କିଏ ଦେିବ ମୂଲ୍ୟ

ତୁମେ ତ ଅମୂଲ ମୂଲ

ଯେତେ ନିରେଖିଲେ ଦେଖାଯାଅ ତୁମେ

ସୁନାକୁ ବଳି ଔଜଲ୍ୟ ।।

ସୁବର୍ଣ୍ଣ ଯେମିତି ପଡ଼ିଲେ ଅନଳେ

ଚକ୍ ଚକ୍ ପ୍ରତିଥର

ସହସ୍ର ଗୁଣରେ ଉଜ୍ଜ୍ୱଳ ତୁମେ

ମନେ ପଡ ବାରମ୍ବାର ।।

କିଶୋର ବୟସେ ଶୀତଳ ପରଶେ

ହସ ଖୁସି କେତେ କଲି

ଯୌବନ ସମୟେ କାମିନୀ କାଞ୍ଚନ

ପ୍ରେମରେ ମୁଁ ପଡି ଗଲି ।।

ଅଢେଇ ଅକ୍ଷର ଅମଡ଼ା ବାଟରେ

ହେଲି ନିରାଶ ପଥିିକ

ମରୀଚିକା ହେଲା ଜଣା ତ ନଥିଲା

ଭାବିଲେ ଲାଗୁଛି ଦୁଃଖ ।।

ତଥାପି ତୁୁୁମେ ମାେ ଅତି ଆପଣାର

ବିଗତ ଦିିିନର ସାଥି

ଖଟା ମିଠା ଲାଗେ ବନ୍ଧୁର ଚିକ୍କଣ

ଅପଶୋରା ମୋର ସ୍ମୃତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from PRADYUT MAHAKHUD