STORYMIRROR

PRADYUT MAHAKHUD

Others

3  

PRADYUT MAHAKHUD

Others

ସ୍ବପ୍ନ

ସ୍ବପ୍ନ

1 min
8.9K


ବାସ୍ତବ ହେଉ କି କଳ୍ପନା ରାଇଜେ

ସବୁଦିନ ସବୁରାତି

ମଣିଷ ମନରେ ଅସରନ୍ତି ଚିନ୍ତା

ସ୍ବପ୍ନ ତାର ଚିର ସାଥି ।।

ପ୍ରେମିକ ପ୍ରେମିକା ସୁନେଲୀ ସପନ

ମନେ କରିଥାଏ ବସା

ସନ୍ତାନ ହିତରେ ପିତାମାତାଙ୍କର

କେତେ ନୂଆ ନୂଆ ଆଶା ।।

ରାଜନେତା ଭାବେ କେମିତି ରହିବ

ସିଂହାସନ ସୁରକ୍ଷିତ

ଗରିବ ଭାବନା ଚୁର୍ ମାର ହୁଏ

ସ୍ବପ୍ନ ଦୁଇ ମୁଠା ଭାତ ।।

ଖେଳାଳୀ ର ମନେ ଆସେ ବାରମ୍ବାର

ପାଉଥାଏ ପୁରସ୍କାର

ମିଳିବ କେମିତି କରତାଳି ମୋତେ

ସ୍ଵପ୍ନ ଦେଖେ କଳାକାର ।।

ବ୍ୟବସାୟୀ ଭାବେ କେମିତି ହୋଇବି

ରାତାରାତି ମାଲେ ମାଲ୍

ସାଧୁଜନ ଚିନ୍ତେ ଜଗତ ଈଶ୍ୱର

କର ଜଗତ ମଙ୍ଗଳ ।।

ସାହିତ୍ୟିକ ଚାହେଁ ସୁନ୍ଦର କଲମ

ସୁନ୍ଦର ହେଉ ତା ସୃଷ୍ଟି

ପୂଜ୍ୟ ପୂଜା ସଦା ଦେଶେ ପାଉ ପୂଜା

ଭାବେ ଶୁଭାକାଂକ୍ଷୀ ନର ।।

ସପନ କି ସତ ହେଉ କି ନହେଉ

ସପନେ ବନ୍ଧା ଜୀବନ

କର୍ମ କରି ଚାଲ ବିଭୁ ଫଳ ଦେବ

ବାସ୍ତବ ହେବ ସପନ ।।


ପ୍ରଦ୍ୟୁତ କୁମାର ମହାଖୁଡ

ପଞ୍ଚାୟତ ଉଚ୍ଚବିଦ୍ୟାଳୟ,

ଇଛବତୀ ପୁର, ଢେଙ୍କାନାଳ

ମୋ ନା ୯୮୬୧୬୮୫୫୫୪


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from PRADYUT MAHAKHUD