STORYMIRROR

Binny Prasad

Others

2  

Binny Prasad

Others

ସମ୍ପର୍କ

ସମ୍ପର୍କ

1 min
14K


ନିଜକୁ ସୁନ୍ଦର ତୁୃପ୍ତିରେ

    ମାପିବା ପାଇଁ ସଜେଇଲି ଆଜି ଦେହକୁ

କିଛି ସମୟର ଦେଖାପରେ

    ଆଇନା ମୁଁହଫେରାଇନେଲା ମୋଠୁ

କାରଣ ଆଜିବି ମୋ ଅତୀତର ଭୁଲ

    ଝାପ୍ସା ଦେଖାଦିଏ ମୋ ମୁଁହରେ

ସେଥିପାଇଁ ବୋଧେ ମୁଁ ଛିଡା ହୁଏନି

    ଆଇନା ଆଗରେ

କାରଣ ସେ ମୋ ଦେହ ଦେଖାଏନି 

   ଦେଖାଏ ଭୁଲ କରିଥିବା ସେ ମୂହୂର୍ତ୍ତକୁ


ବହୁତ୍ ପଛରେ ଛାଡିଆସିଲିଣି

   କିନ୍ତୁ ତଥାପି ଲିଭିନାହିଁ ସେ ପାଦ ଚିହ୍ନ

ଆଖିଆଗରେ ଥିଲା ସିନ୍ଦୂରସିନ୍ଦୁକ

   ଯେତେବେଳେ ପିନ୍ଧିକି ଦେଖିଲି ତ ଲାଗିଲି

            ସବୁଠୁ ସୁନ୍ଦର

କାରଣ ଏଥର କାଚ ଆଇନା ନ ଥିଲା

    ଥିଲା ମନର ଆଇନା ଯାହା ଦୁଇ ନୟନରେ 

         ମୋତେ ଚାହୁଁଥିଲା

ଦେଖାଯାଉଥିଲି ଦୁନିଆର ସବୁଠୁ ସୁନ୍ଦର ନାରୀ

       କାରଣ ତା ମନ ନିର୍ମଳ ଥିଲା

ସମର୍ପି ଦେଲି ମୁଁ ସାରା ଜୀବନ ତାକୁଁ

     କାରଣ ମୁଁ ଆଉ ମୋର ହୋଇ ନ ଥିଲି 

       ହୋଇଯାଇଥିଲି ତାଙ୍କର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Binny Prasad

ଚିଠି

ଚିଠି

1 min ପଢ଼ନ୍ତୁ