ସମ୍ପର୍କ ତମ ସାଥେ ମୋର
ସମ୍ପର୍କ ତମ ସାଥେ ମୋର

1 min

61
ତମେ ମତେ ଦେଲ
ବିଶଲ୍ୟକରଣୀ ମନ୍ତ୍ର
ମତେ ଜଣା ନଥିଲା ତନ୍ତ୍ର
ବୁଝିଲନି କହୁଛି ମୁଁ ସତ୍ୟ
ମୁଁ ତ କେବେଠୁ ପୂର୍ଣ୍ଣଗର୍ଭା
ଫୁଟି ଝରି ପଡୁଥିବା ମଦମତ୍ତା
ମୁଁ କେମିତି ବୁଝିଥାନ୍ତି
ତେଣୁ ପଚାରିଥିଲି ସହଜରେ
ଦୁଃଖ ଅଛିକି କୁହ ଥରେ ସତ୍ତା
ଆଉ ଯେବେ ସପ୍ତରଥି ସାଜି
କାମ କ୍ରୋଧ ମାୟା ମୋହ ଆଦି
ବିବସନା କରୁଥିଲେ ବାରମ୍ବାର
ତମେ ଫେରିଗଲ ଗୋପରୁ ଦ୍ୱାପର
ଆଉ ମୁଁ କେବେ କେବେ
ଝୁଂଟୁ ଝୁଂଟୁ ପଛକୁ ଚାଁହୁଥିଲି
ବାରବାର ନହେଲେ ବି ଅନେକଥର
ଆସିଛକିଫେରି ହଉପଛେ ଗୋଟେ ଥର
ଶୁଣୁଛି ତମେ କାଳେ ଗଢ଼ିଛ ନଅର
ସତ୍ୟ କଳି ତ୍ରେତୟା ପରକୁ ପର
ମୋ ଶବ ମତେ ଡରାଏ ଥରାଏ ବରାବର.