STORYMIRROR

Sunanda Mohanty

Others

3  

Sunanda Mohanty

Others

ସମ୍ପର୍କ ତମ ସାଥେ ମୋର

ସମ୍ପର୍କ ତମ ସାଥେ ମୋର

1 min
57


ତମେ ମତେ ଦେଲ 

ବିଶଲ୍ୟକରଣୀ ମନ୍ତ୍ର 

ମତେ ଜଣା ନଥିଲା ତନ୍ତ୍ର 

ବୁଝିଲନି କହୁଛି ମୁଁ ସତ୍ୟ 

ମୁଁ ତ କେବେଠୁ ପୂର୍ଣ୍ଣଗର୍ଭା 

ଫୁଟି ଝରି ପଡୁଥିବା ମଦମତ୍ତା 

ମୁଁ କେମିତି ବୁଝିଥାନ୍ତି 

ତେଣୁ ପଚାରିଥିଲି ସହଜରେ 

ଦୁଃଖ ଅଛିକି କୁହ ଥରେ ସତ୍ତା 

ଆଉ ଯେବେ ସପ୍ତରଥି ସାଜି 

କାମ କ୍ରୋଧ ମାୟା ମୋହ ଆଦି 

ବିବସନା କରୁଥିଲେ ବାରମ୍ବାର 

ତମେ ଫେରିଗଲ ଗୋପରୁ ଦ୍ୱାପର 

ଆଉ ମୁଁ କେବେ କେବେ 

ଝୁଂଟୁ ଝୁଂଟୁ ପଛକୁ ଚାଁହୁଥିଲି 

ବାରବାର ନହେଲେ ବି ଅନେକଥର 

ଆସିଛକିଫେରି ହଉପଛେ ଗୋଟେ ଥର

ଶୁଣୁଛି ତମେ କାଳେ ଗଢ଼ିଛ ନଅର 

ସତ୍ୟ କଳି ତ୍ରେତୟା ପରକୁ ପର

ମୋ ଶବ ମତେ ଡରାଏ ଥରାଏ ବରାବର.


Rate this content
Log in