STORYMIRROR

Ahalya Jena

Others

3  

Ahalya Jena

Others

ସମ୍ମୋହନ

ସମ୍ମୋହନ

1 min
179

ତୁମ ସମ୍ମୋହନର ମୋହନ ବଂଶୀରେ

ମୋ ମନ ଯମୁନାରେ ଜୁଆର ଉଠିଲା,

ତୁମ କବିତାର ଶବ୍ଦଭେଦୀ ଆକର୍ଷଣରେ

ମୋ ପାଶାଣୀ ଆତ୍ମା ଟା ଧୀରେ ଧୀରେ ପାଣି ପାଲଟିଲା ।


ତମେ ମତେ ନିଜର କରିବା ଆଗରୁ

ମୁଁ ତୁମର ହୋଇଗଲି,

ତୁମେ ମତେ ହାତ ବଢ଼େଇ ଧରିବା ଆଗରୁ

ମୁଁ ତୁମ ହାତେ ଧରା ଦେଇ ଦେଲି ।


ହେଲେ କୁହ ବନମାଳୀ

ଆଜି କାହିଁ ବଂଶୀ ତୁମ ନୀରବ ନିଥର

ରାଧା ନାମେ ଆଉ କ'ଣ ନାହିଁ ସେ ରୋମାଞ୍ଚ

ତବ ପ୍ରାଣୁ ବିଦାୟ ଦେଲ କି ସଖା

ରାଇକିଶୋରୀ କି ।


ପାରୁ ନାହିଁ ସହି ମୁଁ ମାଧବ

ତମମଧ୍ୟେ ହଜିବାର ଦୁର୍ବାର ବାସନା ନେଇ,

କ୍ଷୀଣ ହେଲା ଆସି ମୋର ଶିଖା।


ଯଦି କେବେ ପୋଡ଼ା ବଳିତାର ବାସ୍ନା

ଭାସି ଯାଏ ପବନ ସାଥିରେ

ଗନ୍ଧ ବାରି ଆସିବ ନିକଟେ

ଭଷ୍ମ ନେଇ ଲେପିବ ହୃଦରେ

ଏକାନ୍ତରେ ମିଶି ଯିବି ଶ୍ୟାମଅଙ୍ଗ 

ଶ୍ୟାମଳୀମା ଠାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Ahalya Jena