Apalata Aruk

Others

4  

Apalata Aruk

Others

ସମାର୍ଜନୀ ତୁହି ଧନ୍ୟ

ସମାର୍ଜନୀ ତୁହି ଧନ୍ୟ

1 min
7



ଗୃହଲକ୍ଷ୍ମୀଠାରୁ ଗଜପତିଯାଏ

ଲୋଡା ତୁ ସଭିଙ୍କ ପାଇଁ,

ପରିଚ୍ଛନ୍ନତାର ପ୍ରତୀକ ତୁ ପରା

ତୋହର ତୁଳନା ନାହିଁ।


ସାରା ପରିବେଶ କରୁ ପରିଷ୍କୃତ

ସମାର୍ଜନୀ ତୁହି ଧନ୍ୟ,

ଶ୍ରୀଜଗନ୍ନାଥଙ୍କ ରଥ ସେବା କରୁ

ଅରଜୁତୁ କେତେ ପୁଣ୍ୟ ।


ବିପଥଗାମୀକୁ ବାଟକୁ ଆଣୁତୁ

ଧନ୍ୟ ତୋର କରାମତି,

କେଉଁ କୋଣେ ତୁହି ପଡିଥାଉ ସିନା

ଲୋଡା ହେଉଥାଉ ନିତି।


Rate this content
Log in