STORYMIRROR

Sisir Kumar Panda

Others

4  

Sisir Kumar Panda

Others

ଶିଶୁ ଶ୍ରମିକ

ଶିଶୁ ଶ୍ରମିକ

1 min
115


ଗଛଟିଏ ଲଗାରେ ଭାଇ ଗଛଟିଏ

ଆମର ଜୀବନ ରକ୍ଷକ ସିଏ।

ଗଛ ଲଗାଇ ଯିଏ କରଇ ଯତନ

ସିଏ ତ ବିଶ୍ବର ବଡ଼ ରତନ।

ଏମିତି ମାନବ ଯେ ହୋଇଲେ ମିଳିତ

ହସି ଉଠିବ ଏ ମହୀ ନିଶ୍ଚିତ।

ଫନି ବାଆ ତ ମାରିଛି ଅନେକ ବୃକ୍ଷ

ପ୍ରକୃତି ହୋଇବ ଆହୁରି ରୁକ୍ଷ।

ବେଳ ଥାଇ କରିଲେ ସବୁ ବ୍ୟବସ୍ଥା

ନ ଭୋଗିବା ଆମେରେ ଦୂରାବସ୍ଥା।

ଗୋଟିଏ ବୃକ୍ଷ କରଇ ଅନେକ କାର୍ଯ୍ୟ

ତାର ଯତ୍ନେ ମିଳେ ପ୍ରଭୁ ସାନିଧ୍ୟ।

ସବୁକିଛି ଆଜି ଯେ ହୋଇଛି ପ୍ରଦୂଷିତ

ଆମ ପ୍ରୟାସେ ହେବ ବିଶୋଧିତ।

ବୃକ୍ଷ ନାଶଇ ଯେଉଁ ହୀନମତି ଜନ

ଧରାର ସେ ଅଟେ ଶତୃ ସମାନ।

ବୃକ୍ଷ ରୋପଣ ହେଉ ଜନ ଆନ୍ଦୋଳନ

ସଭିଙ୍କ ରହୁ ଏଥିରେ ଅବଦାନ।

ମହତ କାର୍ଯ୍ୟେ ଦେବା ଆମେ ଯୋଗଦାନ

ସମାଜ କଲ୍ୟାଣେ ରହୁ ଚିନ୍ତନ।

                   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍