STORYMIRROR

Sisir Kumar Panda

Others

3  

Sisir Kumar Panda

Others

କ୍ଷୋଭ

କ୍ଷୋଭ

1 min
129

ମଧ୍ୟ ରାତ୍ରେ ବାଦଲ ଫାଙ୍କେ

ଜହ୍ନକୁ ଦେଖି ପଚାରିଲି ମୁଁ

ବନ୍ଧୁ ଉଦାସ କିସ ପାଇଁ?

କହିଲା ସହସା, ଶୁଣରେ ତୁ

ଏହି ଚିନ୍ତା ମାନବ ପାଇଁ।

ଜାଣିଲି ଯେବେଠାରୁ ମୁଁ ହିଁ

ନର କରୁଛି ତାର ପ୍ରୟାସ

କରିବ ମୋତେ ଅକ୍ତିଆର,

ଚିନ୍ତାରେ ମୋର ଉଡ଼ିଲା ହୋସ

କଣ ହେବ ମୋର ଏଥର।

ସୁନ୍ଦର ଧରାର ଅବସ୍ଥା

ଆଜି ଦେଖ କେତେ ଛାରଖାର

ସର୍ବତ୍ର ତାମସର ରାଜ୍

ହେଉଛି ମାନବତାର ଧିକାର୍

ଟଳମଳ ଆଜି ତା' ତାଜ୍।

ବ୍ୟୋମଲୋକେ ଭାଳେଣି ଆଜି

ମହୀର ସୌନ୍ଦର୍ଯ୍ୟ ମାନବ ନାଶି

ଚନ୍ଦ୍ର ଉପରେ ତାର ଆଖି

ମଙ୍ଗଳକୁ ଦେଖୁଛି ସେ ନିରେଖି

ବ୍ରହ୍ମାଣ୍ଡ ଧ୍ବଂସିବ ସତେ କି!

ବନ୍ଧୁ କଥା ଶୁଣି କହିଲି,

ଧୈର୍ଯ୍ୟ ରଖ ବନ୍ଧୁ ପ୍ରିୟତମ

ନର ହେଲାଣି ସଚେଚନ

କରିବ ସେ ଧରାର ରକ୍ଷଣ

ବିଶ୍ବ ହୋଇବ ସ୍ବର୍ଗସମ।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍