STORYMIRROR

RAJENDRA DEHURY

Others

3  

RAJENDRA DEHURY

Others

ଶୀତ ସକାଳ

ଶୀତ ସକାଳ

1 min
353

ଶୀତ ସକାଳ ସବୁଠୁ ସୁନ୍ଦର

ଆମ ପଲ୍ଲୀ ପରିବେଶ,

କେଡେ ମନୋରମ ଧରଣୀ ରାଣୀର

ପ୍ରତ୍ୟୁଷ ବାଲ୍ୟ ବଧୂ ବେଶ।

ଶୀତ ସକାଳର କଅଁଳ ଖରାରେ

ହସି ଉଠେ ଏଇ ଧରା,

ଘାସ ଗାଲିଚାର ମୁକୁତା ଓଢଣୀ

କେଡେ ମନୋହର ପରା।

ଲୁଚିଯାଏ କାହିଁ ଶଶାଙ୍କ ଜୋଛନା

ଶିଶିର ଚାଦର ତଳେ,

ଟୋପା ଟୋପା ପୁଣି କାକର ବିନ୍ଦୁ

ଝରଇ ବରଷା ଆଳେ।

ପ୍ରତ୍ୟୁଷର ପୁଣି ପ୍ରାତଃ ଭ୍ରମଣରେ

ହୁଅଇ ମନ ପ୍ରଫୁଲ୍ଲ,

ଆଳସ୍ୟ ପଣକୁ ଦୂର କରିଦେଇ

ଚାଲିବାକୁ ହୁଏ ସଅଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍