ଶୀତ ସକାଳ
ଶୀତ ସକାଳ
1 min
340
ଶୀତ ସକାଳ ସବୁଠୁ ସୁନ୍ଦର
ଆମ ପଲ୍ଲୀ ପରିବେଶ,
କେଡେ ମନୋରମ ଧରଣୀ ରାଣୀର
ପ୍ରତ୍ୟୁଷ ବାଲ୍ୟ ବଧୂ ବେଶ।
ଶୀତ ସକାଳର କଅଁଳ ଖରାରେ
ହସି ଉଠେ ଏଇ ଧରା,
ଘାସ ଗାଲିଚାର ମୁକୁତା ଓଢଣୀ
କେଡେ ମନୋହର ପରା।
ଲୁଚିଯାଏ କାହିଁ ଶଶାଙ୍କ ଜୋଛନା
ଶିଶିର ଚାଦର ତଳେ,
ଟୋପା ଟୋପା ପୁଣି କାକର ବିନ୍ଦୁ
ଝରଇ ବରଷା ଆଳେ।
ପ୍ରତ୍ୟୁଷର ପୁଣି ପ୍ରାତଃ ଭ୍ରମଣରେ
ହୁଅଇ ମନ ପ୍ରଫୁଲ୍ଲ,
ଆଳସ୍ୟ ପଣକୁ ଦୂର କରିଦେଇ
ଚାଲିବାକୁ ହୁଏ ସଅଳ।
