STORYMIRROR

arabinda parida

Others

2  

arabinda parida

Others

ଶୀତ ହଉଚି

ଶୀତ ହଉଚି

1 min
293


ଶୀତ ହଉଚି

------------

ତମର ସେଠି

ଶୀତ ହଉଚି !


ଏଇ ଏବେ ଏବେ ଆସିଚି

ଆମ ଗାଆଁକୁ

ସଞ୍ଜ ବୁଡ଼ୁ ନ ବୁଡ଼ୁଣୁ

ଦୁର୍ ଦୁର୍ ମାଡ଼ି ଆସୁଚି

ଅଣ୍ଡିରୀଚଣ୍ଡୀ ଭଳି

ଥରେଇ ଦଉଚି

ଦିହ ହାତର ମଞ୍ଜ

କଲିଜାକୁ ବି।


ଏମିତି ହଉଚି ଯେ

ରିଲିଫ କମଳରେ

ଦୂରେଇ ହଉନି

ଆଉ ତ ଘୋଡ଼େଇ ହବାକୁ

ବେରୁହାଁ ହେଁସ ମିଳୁନି

ଝୋଟ ଅଖା ବି ଆସୁନି

ରାତିରେ ଦି' ତିନିଥର

କୁଟା ନଡ଼ା ଜାଳି

ନିଆଁ ପୋଇଁଲେ ସୁଦ୍ଧା

ସମ୍ଭାଳି ହଉନି ।


ଖାଦ୍ୟ ସୁରକ୍ଷା

ଯୋଜନା ଭଳିଆ

ଶୀତରୁ ରକ୍ଷା

ଯୋଜନାଟିଏ ହୁଅନ୍ତାନି -

ଭାବୁଚି

ଖୁବ୍ ଶୀତ ହଉଚି ।


ତମର ସେଠି

ଶୀତ ହଉଚି ?


ବୋଧହୁଏ ହଉ ନଥିବ

ଘର ଭିତରକୁ

ପଶିବ ପଶିବ ଭାବୁଥିବ

ପଡ଼ିଶା ଘର

ସୁନ୍ଦରୀ ଝିଅ ଭଳି

ଦାଣ୍ଡ କବାଟ ପାଖରେ

ନାକେଇକି ଠିଆ

ହେଇଥିବ ସିନା

ପଶି ପାରୁ ନଥିବ

ସ୍ଵେଟର, ପୁଲ୍ଓଭର, କାର୍ଡିଗାନ୍

ବ୍ଲାଙ୍କେଟ୍ ସବୁ ଦେଖି

ସାହସ ତା'

କୁଳଉ ନଥିବ ।


ହଁ, ଏମିତି

ମଝିରେ ମଝିରେ

ଖାଲି ଯାହା

ତମର ସେ

ପଛ ଅଗଣାର

ଦି କିଲୋମିଟର

ଦୂରରେ ଥିବା

ନଣ୍ଡା ପାହାଡ଼ରୁ

ଦଲକାଏ ଶୀତୁଳିଆ

ପବନକୁ ନେଇ

ଆଞ୍ଜୁଳାଏ ଫୁଲ ଭଳି

ଦଉଥବ ବିଞ୍ଚି -

ଭାବୁଚି

ଶୀତ ହଉଚି ??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from arabinda parida