STORYMIRROR

Anjali Pattnaik

Others

3  

Anjali Pattnaik

Others

ଶିହରିତ ସ୍ୱପ୍ନ

ଶିହରିତ ସ୍ୱପ୍ନ

1 min
26.2K


ତୁ କୋଉଠି ନାହୁଁ

ବୋଲି ଖୋଜି ମୁଁ ବସିଲି

ଭୂମିରୁ ଅନ୍ତରୀକ୍ଷ

ପାହାଡରୁ ସାଗର

ସବୁ ଦରାଣ୍ଡିଲି

ପ୍ରତି କଣିକାରେ ଖାଲି

ତତେ ତ ଦେଖିଲି.......

ଘରର ଅରା ସନ୍ଧି

ଚଟାଣରେ ସିମେଣ୍ଟ ଛାଡିଥିବା

ଛୋଟ ଛୋଟ ଗାତ,

ରୋଷେଇ ଘରେ ଭୋଜନ

ପରେ ବଳିଥିବା ଭାତ,

ଅଧା ପାଣି ନିଗିଡିଥିବା

ବାସନ ଥାକ ର ବାସନ

ଆଦୌ ଲୋ୍ଚାକଚା ହୋଇ

ନଥିବା ମୋ ବିଛଣା ଚାଦର,

ଅଫିସ ଫେରି

ଆଲଣାରେ ପକାଇଥିବା

ଝାଳୁଆ ଶାଢୀ,

ବୃନ୍ଦାବତୀଙ୍କ ଠି ଜଳୁଥିବା

ସନ୍ଧ୍ୟା ବତୀ,

ରାତିର ସାଥେ ସାଥେ ଫୁଟୁଥିବା

ରଜନୀ ଗନ୍ଧାର ବାସ୍ନା ,

ସବୁଠି କେବଳ ତୁ....

କାହାକୁ ତ ଛାଡିନୁ ତୁ,

ମତେ ବି ନୁହେଁ,

ଗାଧୁଆ ପରର ମୋ

ଓଦା କେଶରୁ

ନିଗିଡୁ ଥିବା ପାଣି,

ତୋ ନାଁ ରେ ପଡୁଥିବା ଉଠୁଥିବା

ମୋ ଛାତି

ତୋ ଚୁମାରେ ଶିହରିତ

ହେଉଥିବା ମୋ ଓଠ,

ତୋତେ ସିଧାକରି ଚାହିଁ

ପାରୁନଥିବା ମୋ ଆଖି,

ତୋ ସ୍ପର୍ଶର କଳ୍ପନାରେ ବି

ବରଡା ପତ୍ର ପରି ଥରୁଥିବା

ମୋ ଦେହ,

ତୋ ପାଦରେ ଘଷି ହୋଇ

ଶବ୍ଦ କରୁଥିବା ମୋ ପାଉଁଜି

ତୋ ଦୃଢ ବନ୍ଧନରେ

ଶବ୍ଦ କରିବା ଭୁଲି ଯାଇଥିବା କଙ୍କଣ

ସବୁଠି ତୋ ଉପସ୍ଥିତି

ଜାଣିପାରେନି ମୁଁ ସ୍ୱପ୍ନ ରେ ଥାଏ

କି ଜୀବନ ସ୍ୱପ୍ନ ହୋଇଯାଏ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍