STORYMIRROR

Anjali Pattnaik

Others

3  

Anjali Pattnaik

Others

ବର୍ଷା

ବର୍ଷା

1 min
13.5K


ବର୍ଷା ଆସେ

ପାହାଡ ଉପରେ

ବିଦେଶ ଫେରନ୍ତା ବାପା ପରି,

ଛୁଇଁ ଯାଏ ପତ୍ର ମାନଙ୍କୁ

ବୋକ ଦେଇ

ଧୋଇ ଧାଇ ଦିଏ

ଗଛ ମାନଙ୍କୁ

ଝାଡିଦେଇ ଧୂଳି ମଳି ଯେତେ,

ଟପ୍ ଟପ୍ ଶବ୍ଦ କରେ

କକ ମିନା ଗୀତ ଗାଇ

ପବନର ଝୁଲଣାରେ

ଦୋଳି ଝୁଲାଏ,

କେବେ ଏ ପାଖେ ଅଣାଏ

କେବେ ସେପାଖେ

ଗଛ ମାନେ ଝୁମି ଝୁମି

ନାଚନ୍ତି,

ଅପତ୍ୟ ସ୍ନେହରେ

ବିଭୋର ହୁଅନ୍ତି

ପିତୄଦତ୍ତ ସମ୍ଭାରରେ

ଉତ୍ସବର ବିଗୁଲ ବଜାଇ...

ବର୍ଷା ତଳକୁ ଓହ୍ଲାଏ,

ପ୍ରାଣ ପ୍ରିୟା ତାର

ପ୍ରତୀକ୍ଷାରେ ଥାଏ

ଚୁମି ଯାଏ ଆପାଦ ମସ୍ତକ

ଭରିଦିଏ ନିର୍ଜୀବ ପ୍ରାଣରେ

ତାର ଜୀବନ ଉଦକ,

ତୃଷାର୍ତ୍ତ ସେ,

ଭରି ନିଏ ନିଜ ଭିତରେ ସେ

ଶୋଷିନିଏ ସବୁ,

କେବେ ତା ଭିତରେ

ପଶେ,

ନିଜେ ଗୋଳି ହୁଏ

ଅବା ଗୋଳାଏ ତାହାକୁ......

ବହିଯାଏ ଧରା ସହ

ମିଶି,

ମିଶି ଯାଏ ତଟିନୀର

ବକ୍ଷେ ,

ଚାଲିବାକୁ ନିଜ କକ୍ଷ

ପଥେ,

ସାଜିବାକୁ ଉତ୍ତାଳ ତରଙ୍ଗ

ପୁଣି ସାଗର ବକ୍ଷରେ

ପୁଣି କେବେ ଠକି ଦିଏ

ତାରେ,

ଆକର୍ଷେ ଭାସ୍କର ଶୂନ୍ୟେ

ଉଷ୍ମ ଚୁମ୍ବନରେ,

କରିବାକୁ ପୂର୍ଣ୍ଣ

ବାରିଦ ପରିଧି ଚକ୍ର

ସର୍ଜିବାକୁ ନୂତନ ଜଳଦ.......


Rate this content
Log in