STORYMIRROR

Mrutyunjay Gopal Lal

Children Stories Classics Inspirational

4.5  

Mrutyunjay Gopal Lal

Children Stories Classics Inspirational

ଶହୀଦ୍ ମାଟିର ଗାଁ

ଶହୀଦ୍ ମାଟିର ଗାଁ

1 min
28

ମରାଳ ମାଳିନୀ ନୀଳାମ୍ବୁ ତଟରେ

ଶୋଭାପାଏ ମୋ ଗାଆଁ,

ମୋ ଗାଆଁରେ ବିଜେ ରାଧାମୋହନ ଜୀଉ

ଛେଡ଼ାପଦର ତା’ ନାଆଁ ।


ଗାଆଁଟି ମୋର ଅତି ସୁନ୍ଦର

ଏ ଧରାଧାମ ତଳେ,

କେତେ ବୀର ସୈନିକ ଜନ୍ମ ନେଇଥିଲେ

ମୋ ଗାଆଁ ପ୍ରକୃତି କୋଳେ ।


ମୋ ଗାଆଁରେ ଲୁଚିଛି କେତେ ଯେ କାହାଣୀ

କେତେ ବୀରତ୍ୱର ଗାଥା,

ମନେ ପଡ଼ିଗଲେ ଗର୍ବଗୌରବେ

ଟେକିହୋଇଯାଏ ମଥା ।


ଗାଆଁରେ ଥିଲେ ବୀର ଯବାନ

ମୋ ପ୍ରିୟ ଦୁଷ୍ମନ୍ତ ମାମୁଁ,

ଗାଆଁ ପାଇଁ ଯେଉଁ କୀର୍ତ୍ତି ଅର୍ଜିଛନ୍ତି

ଭୁଲିହେବ ନାହିଁ ମନୁ ।


କ୍ରିକେଟ ଖେଳକୁ ଭଲ ପାଉଥିଲେ

ଡାକୁଥିଲେ ମତେ ଜିଜିନ,

ଦେଶ ମାତୃକାର ସେବା କରି ସିଏ

ହୋଇଗଲେ ଆଜି ଲୀନ ।


ତାଙ୍କରି ଆଦର୍ଶେ ବାଟ ଚାଲୁଥିଲୁ

ମାନୁଥିଲୁ ତାଙ୍କ କଥା,

ହୃଦୟ ମଧ୍ୟରୁ ଦେଉ ଶ୍ରଦ୍ଧାଞ୍ଜଳି

ନୁଆଁଇ ଆମର ମଥା ।



ମୃତ୍ୟୁଞ୍ଜୟ ଗୋପାଳ ଲାଲ


Rate this content
Log in