ସେହି ଅଭୁଲା ଚୁମା
ସେହି ଅଭୁଲା ଚୁମା


ସେଦିନ ଜୀବନର ସବୁକିଛି ଶେଷ ହୋଇଯାଇଛି ଭାବି ହାରିଯାଇଥିବା ଏକ ମନକୁ ନେଇ , ମୁଁ ଯେତେବେଳେ ଘରକୁ ଫେରିଲି ଠିକ୍ ସେତେବେଳେ , ମୋର ଅସହାୟତା ଆଉ ମୋ ନିସଂଗତା ସତେଯେପରି ମୋ ପ୍ରାଣକୁ ଧିକାର କରୁଥିଲା, ମଥାରେ ହାତରଖି ମୁଁ ଯେତେବେଳେ ଥମ୍ ହୋଇବସିପଡିଲି ଠିକ୍ ସେତେବେଳେ ତୁ ଆସିଲୁ ଦୁଇ ହାତରେ ମୋ ଶୁଖିଲା ମୁହଁକୁ ଧରି ତୋର ସେ ଶୀତଳ ଓଠକୁ ମୋ ମଥାରେ ଲଗେଇ ଦେଲୁ । ଓଃ କି ଅପୂର୍ବ ଶାନ୍ତି ! କି ଚମତ୍କାର ଅନୁଭବ ! ସେଦିନ ତୋର ସେ ଓଠର ଛୁଆଁ ମୋ ମନରେ ଏକ ଅଜଣା ଶକ୍ତି ଭରିଦେଲା ଭାଙ୍ଗିଯାଇଥିବା ମନକୁ ଯୋଡ଼ି ସେ ପୁଣି ଥରେ ସ୍ୱପ୍ନର ତାଜମହଲ ଗଢିଦେଲା । ଆଉ ମୋ ଜୀବନ ଇତିହାସରେ ଅଲିଭା କାଳିରେ ଲେଖି ଦେଲା। ଏକ ନୂତନ ଅଧ୍ୟାୟର ନୂତନ ନକ୍ସା ଯାହାର ନା ହେଲା ମା ଆଉ ତୋର ସେ ଅଭୁଲା ଚୁମା ।