STORYMIRROR

Krishna pattanaik

Others

3  

Krishna pattanaik

Others

ସ୍ବପ୍ନ

ସ୍ବପ୍ନ

1 min
223


ଆଖିରେ ଆଖିଏ ସପନ ଭରିଛି

ମତୁଆଲା ଏଇ ମନ

ଘାସ ଗାଲିଚାର କାକର ଟୋପା ବି

ଆଙ୍କେ ପୀରତିର ଚିହ୍ନ ।

ମନ ପ୍ରଜାପତି ଡେଣା ଝାଡ଼େ ଆଜି

ନୂଆ କିଛି ରଂଗ ନେଇ 

ଟୁପୁରୁଟାପୁରୁ ଫୁଲମାନେ ସବୁ

ମିଳନର ଗୀତି ଗାଇ ।

ଇନ୍ଦ୍ରଧନୁର ସାତ ରଂଗେ ରଂଗା

ଆକାଶର ହୃଦ ରାଜି

କିଚିରିମିଚିରି ବୀଣାଝିଣା ଗୀତ

କାନେ ମୋ ଶୁଭୁଛି ଆଜି ।

ଆଖିର କଜ୍ଜଳ ଚୁପିଚୁପି କୁହେ

ଫୁଲେଇ ହଉଛୁ କାହିଁ 

ପ୍ରିୟତମ ତୋର ମନ କରିଛନ୍ତି 

ବୁଝିଯା ଆଲୋ ମୋ ସହୀ ।

ଓଠର ଲାଲିମା ଲାଜେଇ ଗଲାଣି

ସତେ କି ପିଆସୀ ପ୍ରିୟା 

ଗୁମ୍ ସୁମ୍ ମନ କହୁଅଛି ଆଜି

ଜଳାନା ବିରହ ନିଆଁ ।


Rate this content
Log in

More oriya poem from Krishna pattanaik