ସ୍ବପ୍ନ
ସ୍ବପ୍ନ
1 min
189
ସ୍ୱପ୍ନ ସବୁ ଏକାଠି ହୋଇ
ପ୍ରୀତିର କବିତା ଲେଖନ୍ତି
ମୁହୂର୍ତ୍ତମାନେ କଣ ସତରେ ଅପେକ୍ଷା କରନ୍ତି
ସମୟ ତ ନିଜ ପାଖେ ନିଜେ ଅସହାୟ,
ହାରିଯାଉ ଥିବା ସୈନିକଟେ ପରି,
ନିଜ ପାଖେ ନିଜେ ମୃତ୍ୟୁ ଭିକ୍ଷା କରି,
ତା ପାଇଁ ସ୍ୱପ୍ନ ବା କଣ।
ସ୍ୱପ୍ନର ଅସ୍ତିତ୍ୱ ଏହିପରି,
ରାତିରେ ଫୁଟି ମଉଳିଯାଏ ଭୋର ଆଲୁଅରେ,
ଠିକ୍ ଗଙ୍ଗଶିଉଳି ଭଳି।
ବାଟ ଛାଡ଼ି ଦିଏ,
ବାସ୍ତବତାର ଦର୍ପିତ ପାଦକୁ,
ନିଜକୁ ସାଲିସ୍ କରି ବଞ୍ଚିବା
ଶିଖିଚି ଯେଣୁ,
କିଛି କ୍ଷଣର ଜୀବନରେ ବି
ମହକୁ ଥାଏ, ମହକଉ ଥାଏ।
