STORYMIRROR

Priyanka Pattnaik

Others

3  

Priyanka Pattnaik

Others

ସ୍ବପ୍ନ

ସ୍ବପ୍ନ

1 min
189

ସ୍ୱପ୍ନ ସବୁ ଏକାଠି ହୋଇ 

ପ୍ରୀତିର କବିତା ଲେଖନ୍ତି 

ମୁହୂର୍ତ୍ତମାନେ କଣ ସତରେ ଅପେକ୍ଷା କରନ୍ତି

ସମୟ ତ ନିଜ ପାଖେ ନିଜେ ଅସହାୟ, 

ହାରିଯାଉ ଥିବା ସୈନିକଟେ ପରି,

ନିଜ ପାଖେ ନିଜେ ମୃତ୍ୟୁ ଭିକ୍ଷା କରି,

ତା ପାଇଁ ସ୍ୱପ୍ନ ବା କଣ।

ସ୍ୱପ୍ନର ଅସ୍ତିତ୍ୱ ଏହିପରି,

ରାତିରେ ଫୁଟି ମଉଳିଯାଏ ଭୋର ଆଲୁଅରେ, 

ଠିକ୍ ଗଙ୍ଗଶିଉଳି ଭଳି। 

ବାଟ ଛାଡ଼ି ଦିଏ, 

ବାସ୍ତବତାର ଦର୍ପିତ ପାଦକୁ,

ନିଜକୁ ସାଲିସ୍ କରି ବଞ୍ଚିବା

  ଶିଖିଚି ଯେଣୁ, 

କିଛି କ୍ଷଣର ଜୀବନରେ ବି

ମହକୁ ଥାଏ, ମହକଉ ଥାଏ।



Rate this content
Log in

More oriya poem from Priyanka Pattnaik