STORYMIRROR

Soobrat Samal

Others

3  

Soobrat Samal

Others

ସୌନ୍ଦର୍ଯ୍ୟ￰ ପଲ୍ଲୀର

ସୌନ୍ଦର୍ଯ୍ୟ￰ ପଲ୍ଲୀର

1 min
177

ଗୋଧୂଳି ବେଳା ରେ କିଏ ବିଞ୍ଚି ଦେଲା

ନାଲିଆ ମୁରୁଜ ଆକାଶ ଦେହେ

ଯାଉଥିଲେ ଅସ୍ତ ପଶ୍ଚିମ ରେ ରବି

ଗୋଧନ ଫେରନ୍ତି ବସ୍ଛା ର ମୋହେ ..

ଧୂଳି ଉଡୁଥିଲା ଗାଈପଲ ସାଥେ

ଗାଈଆଳ ଡାକେ ଗାଁ ର ଦାଣ୍ଡେ

ଚଷା ଭାଇ ଫରେ ବିଲକାମ ସାରି

ଘାସବିଡା ଟିଏ ଥୋଇ ତା ମୁଣ୍ଡେ ..

କଳରବ କରି ବିହଙ୍ଗ ସମୂହ

ବାହୁଡ଼ିଲେ ଉଡି ନିଜର ନୀଡେ଼

ମନ୍ଦିର ରେ ଶଙ୍ଖ ଘଣ୍ଟା ବାଜିଲାଣି

ଉଚକଣ୍ଠେ ଶ୍ଳୋକ ବ୍ରାହ୍ମଣ ପଢ଼େ..

ଆଲୋକ ର ଆଭା ଲିଭି ଆସିଲାଣି

କାଳି ଅନ୍ଧାର ଟି ଗଲାଣି ଛାଇ

କର୍ମବ୍ୟସ୍ତ ଦିନଚର୍ଯ୍ୟା ରୁ ବିରତ

ଗୃହସ୍ଥ ଈଶ୍ୱର ନାମ ଭଜଇ ..



Rate this content
Log in