ଅଲିଅଳି ନବବଧୂ
ଅଲିଅଳି ନବବଧୂ
1 min
330
ମଥା ନଇଁ ଯେବେ ସୁନା ସୁରୁଜଟି
ଢଳିଯାଏ ପଶ୍ଚିମରେ
ନାଲିନାଲି ରେଣୁ ବିଞ୍ଚି ଗଗନ ରେ
ଭାବୁକ ମନକୁ ହରେ l
ବିହଙ୍ଗକାକଳି ଗୋଧନ ବୋବାଳି
ଶବ୍ଦ ଶୁଭେ ରହି ରହି
ପାଦ ଚିପି ଚିପି ସନ୍ଧ୍ୟା ନଇଁ ଆସେ
ଶର୍ବରୀ ବାରତା ନେଇ l
ହସ୍ତେ ରୁଣୁ ଝୁଣୁ ଚୁଡ଼ିର ଶବଦ
ତୁଳସୀ ଚଉଁରା ମୂଳେ
କୂଳବଧୂ ସିଏ ପ୍ରିତୀଛନ୍ଦା ଆସି
ସଞ୍ଜବତୀ ଟିଏ ଜାଳେ l
ପରଦେଶୀ କାନ୍ତ ଜଗିଛି ସୀମନ୍ତ
ନବବଧୂ ଛାଡି ଘରେ
ସଜ୍ଜଳ ନୟନେ ବୃନ୍ଦାବତୀ ପାଦେ
ମଙ୍ଗଳ କାମନା କରେ l
ପିତା ମାତା ସମ ଶାଶୁ ଶଶୁରଙ୍କ
ସେବାରେ ଲଗାଇ ମନ
କନ୍ୟାଠୁ ଅଧିକ ଆଦର ପାଇଛି
ନୁହଁ କି କୋଟିଏ ଧନ ?
ଗୃହର ସଂସ୍କାର ଜଗି ପ୍ରୀତିଛନ୍ଦା
ରଖି କୂଳବଧୂ ମାନ
ବୃଦ୍ଧ ବୃଦ୍ଧା ଶାଶୁ ଶଶୁର ଙ୍କୁ ସେବି
ହୋଇଛି ସେ କନ୍ୟା ରତ୍ନ l
