STORYMIRROR

Subha Shree

Others

3  

Subha Shree

Others

ସ୍ଵାର୍ଥପର

ସ୍ଵାର୍ଥପର

1 min
403

ଡରତ ଲାଗେ ଅଜଣା ଦୁନିଆ କେମିତି କାଟିବ ଦିନ

ବିଶ୍ୱାସର ବାସ ଜଗାଇ ଜୀବନେ

ଭାଙ୍ଗିଦିଅନ୍ତି ଯେ ମନ ।


ସ୍ଵାର୍ଥ ଥିବା ଯାଏ ମିଠା କଥା କହି ହାସଲ କରନ୍ତି କାମ

ସ୍ଵାର୍ଥ ସରିଗଲେ ଅଚିହ୍ନା ଅଜଣା

ମିତ୍ର ହୁଏ ଶତ୍ରୁ ସମ ।


ବାହାର ଲୋକଙ୍କୁ କଣ କହିବ

ଏଠି ଅଣ୍ଟି ଛୁରୀ ତଣ୍ଟି କାଟେ

ନିଜ ଲୋକ ନିଚ୍ଚ ମନା ହୋଇ

ନେଇଯାଆନ୍ତି ଅବାଟେ ।


ଦୋମୁହାଁ ନୀତିରେ ଚାଲିଛି ଦୁନିଆ

ସଚ୍ଚୋଟତା ଆଉ ନାହିଁ

ଏପରି ଲୋକ ପାଖାପାଖି ଥିଲେ

ପଶୁଙ୍କୁ ଡରିବ କାହିଁ ??


ବୁଦ୍ଧି ବିବେକ ହଜିଯାଇଛି

ସ୍ଵାର୍ଥ ଅଛି ଏଠି ଆଗ

ବର୍ଷା ଯେଉଁଆଡେ ଛତା ସେଇଆଡେ

ନିଜ ଅନୁଯାୟୀ ପାଗ ।


କପଟ ଛଳନା କରି ଦୁନିଆରେ

ପାଇବ କି ସବୁ ସୁଖ ??

ହଜାଅନି ନିଜ ମଣିଷପଣିଆଁ

ବୁଝ ଆଉ କାହା ଦୁଃଖ ।


ସ୍ଵାର୍ଥପର ହେଲେ ଦୁନିଆରେ

ପାଇବନି କେବେ ଶାନ୍ତି

ଦୟା ପ୍ରେମ କରିଚାଲ ବନ୍ଧୁ

ଆତ୍ମାକୁ ମିଳିବ ମୁକ୍ତି ।



Rate this content
Log in

More oriya poem from Subha Shree