Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Pradhan

Others

3  

Santosh Kumar Pradhan

Others

ରୁର୍ବାନ୍ ଗାଆଁ : ତାଳବସ୍ତ

ରୁର୍ବାନ୍ ଗାଆଁ : ତାଳବସ୍ତ

1 min
422




ଏହି ମୋ ପ୍ରିୟ ଜନମ ଭୂଇଁ

ଯେଉଁଠି ଜନମ ହୋଇଛି ମୁହିଁ

" ତାଳବସ୍ତ " ତା'ର ନାଆଁ

ଏଇ ମୋର ପ୍ରିୟ ଗାଆଁ ।। ୧ ।।

ଅନତି ଦୂରରେ ଅବସ୍ଥିତ

ମାଆ ଚର୍ଚ୍ଚିକା ପୀଠ

ପାଦ ଦେଶେ ଯା'ର ଅଛି

ମହାନଦୀ ରେଣୁକା ଘାଟ ।। ୨ ।।

କଟକ ଜିଲ୍ଲା ର ବଡ ଗାଆଁ ରୂପେ

ଭୂଗୋଳ ପୋଥିରେ ପାଇଛି ସ୍ଥାନ

ଶସ୍ଯ ଶ୍ୟାମଳା ସବୁଜିମା ଘେରା

ଐତିହ୍ଯ ସମ୍ପନ୍ନ ସେ ପୁରାତନ ।। ୩ ।।

ବିଶ୍ବ ଐତିହ୍ଯ ରେ ହୋଇଛି ସ୍ଥାନିତ

ଶ୍ରେଷ୍ଠ " ଖଡି ଖଣି " ଏସିଆ ଦେଶେ

କେଡେ ସୁନ୍ଦର ମୋ ବିଶାଳ ଗାଆଁଟି

ଚନ୍ଦକା ଅଭୟା ଅରଣ୍ୟ ପାଶେ ।। ୪ ।।

ବାର ହଜାରରୁ ଉର୍ଦ୍ଧ ଜନସଂଖ୍ୟା

ପ୍ରାଥମିକ ସ୍କୁଲ ସଂଖ୍ୟା ତେର

ତିନି ହାଇସ୍କୁଲ ଛବିଶ ୱାର୍ଡ ରେ

କରି ଚାଲିଛନ୍ତି ଶିକ୍ଷା ପ୍ରସାର ।। ୫ ।।

ସାରା ଓଡିଶାରେ ହୋଇଅଛି ବଛା

ପାଞ୍ଚ ଗୋଟି ଶ୍ରେଷ୍ଠ ଗାଆଁ " ରୁର୍ବାନ୍ "

ମୋ ଗାଆଁର ସ୍ଥାନ ଦୁଇ ନମ୍ବର ରେ

ଗାଆଁ ରୁ ପାଲଟି ଯିବ ଅର୍ବାନ୍ ।। ୬ ।।

ହାସଲ କରିବୁ ମୌଳିକ ସୁବିଧା

ହେବ ଶିକ୍ଷା, ସ୍ବାସ୍ଥ୍ୟସେବା ଉନ୍ନତି

ସାହି ରାସ୍ତାଘାଟେ ଜଳିବ ଆଲୋକ

ହୋଇବ ଆମର କେତେ ପ୍ରଗତି ।। ୭ ।।

ସରକାରଙ୍କ ଏ ମହାନ୍ ଯୋଜନା

ସଫଳ ହେଉ

କେନ୍ଦ୍ର ଦେଉଥିବା ଶାବଳ ଟା ଯେହ୍ନେ

ଛୁଞ୍ଚି ନ ହେଉ ।। ୮ ।।

ଶିକ୍ଷା, ସ୍ବାସ୍ଥ୍ୟ , କୃଷି, ଗ୍ରାମୀଣ ଜୀବିକା

ଉନ୍ନତି ହେଉ

ଓଡିଶା ପ୍ରଦେଶେ ମୋ ଗାଆଁର ଗାଥା

ପ୍ରକଟୁ ଥାଉ ।। ୯ ।।

ଜନମ ହୋଇ ଏ ପୂଣ୍ଯ ମାଟି ରେ

ନିଜକୁ ଗର୍ବିତ କରୁଛି ମନେ

ଉତ୍କଳ ମାଟିର ଗୌରବ ମୋ ଗାଆଁ

ସୁବାସିତ ହେଉ ସାରା ଭୂବନେ ।। ୧୦ ।।

ସନ୍ତୋଷ କୁମାର ପ୍ରଧାନ

ସହକାରୀ ଶିକ୍ଷକ ,

ତାଳବସ୍ତ ନୋଡାଲ ଉଚ୍ଚ ବିଦ୍ୟାଳୟ

ତାଳବସ୍ତ , ବାଙ୍କୀ , କଟକ


Rate this content
Log in