Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Pradhan

Others

3  

Santosh Kumar Pradhan

Others

ହଜିଯିବ କି ବସନ୍ତ

ହଜିଯିବ କି ବସନ୍ତ

1 min
173


ଆଦ୍ୟ ବସନ୍ତରେ ବହୁନାହିଁ ଆଉ

ମଳୟ ସୁଲୁସୁଲିଆ ,

ଶୁଭୁନାହିଁ ଆଉ କୋକିଳ କଣ୍ଠ ରୁ

କୁହୁକୁହୁ ଲମ୍ବା ରାହା ।୧।

ବସନ୍ତ ଋତୁର ଅମୀୟ ପରଶ

ହେଲାଣି ସାତ ସପନ ,

ଆଣୁନାହିଁ ଆଉ ଦେହେ ଶିହରଣ

ମଧୁ ମାଧୁର୍ଯ୍ୟ ପ୍ଳାବନ ।୨।

ଆମ୍ର କୁଞ୍ଜ ବନେ ଭରା ବଉଳ ତ

ହେଉନାହିଁ ସୁରଭିତ,

ଆମ୍ବ ବଉଳ ର ସୁବର୍ଣ୍ଣ ର ଢେଉ

କରୁନି ମୁଗ୍ଧ ଲଳିତ ।୩।

ବିଶ୍ବ ପ୍ରକୃତିର ଶାଶ୍ଵତ ପରାଣ

ସତେ କି ଯାଉଛି ହଜି ,

ଅନ୍ତିମ ଶୀତ ର ପ୍ରଣୟ ପତରେ

ପାଉନି ବସନ୍ତ ଖୋଜି ।୪।

ଶୋଭା ପାଉନାହିଁ ପ୍ରକୃତି ଅଙ୍ଗନେ

ମଧୁମୟ ଉପସ୍ଥାନ ,

ଆବୋରି ନେଲାଣି ଏ ଧରାପୃଷ୍ଠକୁ

ନିଦାଘ ର ଲେଲିହାନ ।୫।

କାଳବୈଶାଖିର କରାଳ ରୂପ ଟା

କରିଲାଣି ଅସ୍ତବ୍ୟସ୍ତ ,

ଫଗୁଣ ମାସରୁ ବହିଲାଣି ଝାଞ୍ଜି

ସତେ କି ବସନ୍ତ ଅସ୍ତ ।୬।

ସ୍ନିଗ୍ଧ ଆବେଗର ବିହୁରିତ ବାସ୍ନା

ଲହରୀ ଗଲାଣି ଛପି ,

ହଜିଛି ବସନ୍ତ କରାଳ ନିଦାଘ

ପାଦ ଥାପେ ଚୁପି ଚୁପି ।୭।

ସନ୍ତୋଷ କୁମାର ପ୍ରଧାନ ,

ତାଳବସ୍ତ ନୋଡାଲ ଉଚ୍ଚ ବିଦ୍ୟାଳୟ ,

ତାଳବସ୍ତ , ବାଙ୍କୀ , କଟକ


Rate this content
Log in