Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soobrat Samal

Others

4.8  

Soobrat Samal

Others

ରଜନୀ ଗୋ ତୁମେ ପାହିବନି ଆଜି

ରଜନୀ ଗୋ ତୁମେ ପାହିବନି ଆଜି

1 min
266


ରଜନୀ ଗୋ ତୁମେ ପାହିବନି ଆଜି

ଏକ ରାତି କର ସପତ ରାତି

ବିରହୀଣି ପ୍ରିୟା ଫେରିଛି ମୋ ପାଶେ

ଅଙ୍ଗେ ଅଙ୍ଗେ ଫୁଟି ଉଠୁଛି ଶାନ୍ତି l

ଆଶ୍ଳେସ ରେ ଦୁହେଁ ବାନ୍ଧି ରହିଥିବୁ

ଆନନ୍ଦାଶ୍ରୁ ଢ଼ାଳି ନୟନୁଁ ଆମ

ସମୟର ଚକ୍ର ଦେଇଛି ଯାତନା

ଭାଙ୍ଗି ପାରିନାହିଁ ନିବିଡ଼ ପ୍ରେମ l

ଶାୟିତ ଥିବ ସେ ମୋ ବୁକୁ ଉପରେ

କରିବାକୁ ତୃପ୍ତ ଅଙ୍ଗର କ୍ଲାନ୍ତି

ଅଧରରଙ୍ଗ ସେ ବୋଳି ମୋର ଅଙ୍ଗ

ଲେଖିଦେବ ଏହି ରାତିର ସ୍ମୃତି l

ହେ ଶର୍ବରୀ ତୁମେ ସାଥେ ରହିଥାଅ

ସୂର୍ଯ୍ୟସ୍ନାତ ହେବାଯାଏ ଏ ଧରା

ରସସିକ୍ତ ହେଉ ଏ ପ୍ରୀତି ଲଗନ

ଝରୁଥାଉ ପ୍ରେମ ଅମୃତ ଧାରା l


Rate this content
Log in