STORYMIRROR

Soobrat Samal

Others

3  

Soobrat Samal

Others

ପଥ ପ୍ରଦର୍ଶିକା

ପଥ ପ୍ରଦର୍ଶିକା

1 min
252

କାବ୍ୟର ଛନ୍ଦରେ ଛନ୍ଦି ଦେଇ ମୋତେ

ବାନ୍ଧିଦେଲ ତୁମେ ମମତା ଡୋରେ

ଏ ମହାସାଗରେ କ୍ଷୁଦ୍ର ତରୀ ଟିଏ

ପ୍ରୀତି ସମୀରରେ ଭାସେ ଜଳରେ l

ହୃଦୟତନ୍ତ୍ରୀ ରେ ଗୁଞ୍ଜରିତ ହେଲା

ପୀରତି ବୀଣାର ମୃଦୁ ଝଙ୍କାର

ନିର୍ଲିପ୍ତ ମନରେ ସଞ୍ଚରିଲା ଶକ୍ତି

ହୃଦୟେ ଜାଗୃତ ପ୍ରେମ ମହ୍ଲାର l

ଉଜ୍ଜଳ ଜ୍ୟୋତିଷ୍କ ପରି ଦେଖିବାକୁ

ଖଦ୍ୟୋତ କୁ ଦେଲ ଭାସ୍କର ପ୍ରଭା

ପଥପ୍ରଦର୍ଶିକା ମାନସୀ ତୁମେ ଗୋ

ତୁମ ପାଇଁ ମୋର କବି ପ୍ରତିଭା l



Rate this content
Log in