Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jhunilata Bahira

Others

3  

Jhunilata Bahira

Others

ପ୍ରତିକ୍ରିୟା

ପ୍ରତିକ୍ରିୟା

1 min
6.7K


ପ୍ରତିକ୍ରିୟା

ଅନ୍ଧାରର ଗଭୀରତା ମାପୁ ମାପୁ

ରାତି ଆସି ଅନ୍ଧାର ଛୁଇଁଲା

ଆଲୋକର ଟିକିଏ ପରଶ ପାଇଁ

ପତଂଗର ସପନ ସରିଲା |

ଅପେକ୍ଷାର ରାତ୍ରି କାଟୁ କାଟୁ

ନୂଆ ଏକ ସୁରୁଜ ଊଂଇଁଲା

କାହା ହାତ କୋମଳ ସ୍ପର୍ଶରେ

କେବେ ମନ ଚହଲି ଉଠିଲା |

ଉତ୍ତାଳ ତରଙ୍ଗ ସମ

ଜୀବନରେ ଝଡ ଆସି

କେବେ ପୁଣି ଶାନ୍ତ ହୋଇ

ଅନୁଭୂତି ଗଲା ଲେଖି ,

କେତେ ସ୍ୱପ୍ନ କେତେ ରାତି

କେତେ ବାସ୍ନା କେତେ ଫୁଲ

ଝରି ଗଲା କାହା ପାଇଁ

ଅକଳନ୍ତି ତାର ମୁଲ |

ବ୍ୟସ୍ତତାର ଲମ୍ବା ରାସ୍ତା

ଅବିରତ କେତେ ଯାତ୍ରା

ଅବଶେଷ ଲମ୍ବା ନଈ

ଶୋଷ ଖୋଜେ ନୀରବତା |

କେହି ଜଣେ ଜୀବନରେ

ଦୁଃଖ ବାଣ୍ଟେ ପ୍ରତିକ୍ଷଣେ

ପୁଣି ସୁଖ ଝରେ ଚାରିପଟେ

ପଙ୍ଗୁ ମୋର ହାତ ପାଖେ

ସ୍ୱପ୍ନ ହସେ ରହି ରହି

ଆକାଶର ଛାତି ଛୁଇଁ

ତେଣେ ଲୁଚିଯାଏ କାହା ମୁହଁ

ଖୋଜି ମୁଁ ଯେ ପାଏ ନାହିଁ |

କେତେ ଋତୁ ସାରି ଯାଏ

କେତେ କଢି ଝଡି ଯାଏ

ବଦଳେନା ଧ୍ରୁବ ତାରା

ଅସଫଳ ଚେଷ୍ଟା ପ୍ରାୟେ ,

ଅନ୍ଧାରି ରାତିର କୋଳେ

କେହି ଜଣେ କାନ୍ଦି ଉଠେ

ତୁମେ ବି ଶିହରି ଉଠ

ଏତେ ଦୂରେ ମୁଁ ବି ଚିହିଁକି ପଡେ |


Rate this content
Log in