STORYMIRROR

Dr Santosh Kumar Meher

Others

3  

Dr Santosh Kumar Meher

Others

ପ୍ରେରଣା

ପ୍ରେରଣା

1 min
229

ସେ ଆସିଛି !

ପଥପ୍ରାନ୍ତରେ କାହାକୁ ବି ଛାଡିନି

ସମସ୍ତଙ୍କ ସହ ଘାତକ ପାଲଟିବ।

ଆମେ ବି ତା' ଆସିବାଟା କେବେ ମନା କରିନୁ;

ରାସ୍ତାରେ ଚାଲୁଛି ସିଏ

ଲୋକଙ୍କ ସହ ହାତ ମିଳାଉଛି,

ପୁଣି କହୁଛି-

"ଆସ ବନ୍ଧୁ, ତୁମେ କଣ ଜାଣିନ ମୁଁ ଅଜଣା ନୁହେଁ ବୋଲି। "


ଉଦ୍ଯାନକୁ ଭିନ୍ନ ଭିନ୍ନ ରୂପ ଦେଉଥିବା ଅନେକ ଫୁଲ କେବେ ସେ ଛିଣ୍ଡାଇ ନେଇ ସାରିଲାଣି,

ତା' ଆସିବା ବାଟରେ ଦଳାଚକଟାରେ କେତେ ମଉଳି ଗଲେଣି।

ହେଲେ,

ତା' ଅଟ୍ଟହାସ୍ୟକୁ ଡରିନି ବାଟିକାର

ଝାପସା ଏକ କୋଣରେ ଲାଲ ଟହ ଟହ କରୁଥିବା ଫୁଲଟାଏ,

କାହା ସହ ମଧୁର ଆଳାପରେ ମଗ୍ନ - ଯିଏ ହୃଦୟ ଠାରୁ ବି ମୂଲ୍ୟବାନ!


ନିଚ୍ଛୁକତା ଓ ନୀରବତା

ଲାଲ ଟହ ଟହ ଫୁଲର ମହକ,

ଏକ ଆବେଗ,ଯାହାକି,

ଅନ୍ୟକୁ ଅଟ୍ଟହାସ୍ୟ କରିବା ବଦଳରେ

ଆଲିଙ୍ଗନ କରି ପ୍ରେମର ପରିଭାଷା ବ୍ୟାଖ୍ୟା କରିଥାଏ -

'ଆସ ସଖୀ, କୁଞ୍ଜବନ ତୁମକୁ ଅପେକ୍ଷା କରିଛି, ହତାଦର କରନା।'


ଆବେଗ ଏବଂ ହୃଦୟର ସ୍ପନ୍ଦନ ଭିନ୍ନ;

ଆବେଗ ନିର୍ବୋଧର ଚପଳତାକୁ ସ୍ପର୍ଶ କରେନା,

କେବଳ ସଫେଦ୍ ତରଙ୍ଗର ସ୍ପର୍ଶ ପରି ପୁଲକିତ କରେ,

ନୀରବତା ମଧ୍ୟରେ ଧିରେ ଆଗେଇ ଆସେ

ପବିତ୍ର ଆଲିଙ୍ଗନର ଆକାଂକ୍ଷା ନେଇ।


ଚପଳତା ବାଟ ଖୋଲି ଦେଲାଣି;

ସେ ନିର୍ବୋଧ ପାଇଁ ବସନ୍ତର ମୃଦୁ ମଳୟରେ

ନାଚ କରୁଥିବା ଫୁଲଗୁଡିକ ମଉଳି ଗଲେଣି,

କେତେକେ ନିଜ ଅସ୍ତିତ୍ବ ହରେଇଲେଣି;

ହେଲେ,

କୋଣରୁ ଓଁକାର ଶବ୍ଦ ଶୁଭୁଛି -

ଫୁଲଟି କହୁଛି-

'ମୁଁ କିନ୍ତୁ ଡରେନା,

କାରଣ ମୋ ଚାରିପଟେ କଣ୍ଟା ପାଚେରୀ ।'



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr Santosh Kumar Meher