STORYMIRROR

Suneeta Patra

Others

3  

Suneeta Patra

Others

ପ୍ରେମିକାର ମୃତ୍ୟୁ

ପ୍ରେମିକାର ମୃତ୍ୟୁ

1 min
228

କାଲି ରାତିରେ ପ୍ରେମିକାଟିଏ ର ମୃତ୍ୟୁ ହେଲା

ଆଜ୍ଞା ହଁ,ଆଶ୍ଚର୍ଯ୍ୟ ହେବାର କଣ ଅଛି

ନା ଗୁଳି ଫୁଟିଲା ନା ରକ୍ତ ବହିଲା

ଖାଲି ନିଗିଡି ପଡିଲା ଆଖିରୁ ଅନୁଶୋଚନାର ଦୁଇ ବୁନ୍ଦା

କାଲି ରାତିରେ ପ୍ରେମିକାଟିଏ ର ମୃତ୍ୟୁ ହେଲା।


ତେଲ ଲୁଣର ସଂସାରରେ ପୁଣି ବନ୍ଧା ପଡିଗଲା

ଉଡ଼ିବୁଲୁଥିବା ମନର ଚଞ୍ଚଳତା

ଠିକ ଯେମିତି

ପିଞ୍ଜରା ବନ୍ଦ ସାରି ର ଅସହାୟତା

କାଲି ରାତିରେ ପ୍ରେମିକାଟିଏର ମୃତ୍ୟୁ ହେଲା।


କେଉଁଠେ କିଛି ଅତି ସୂକ୍ଷ୍ମ ଅଥଚ ବହୁମୂଲ୍ୟ

ଜିନିଷ ଯେମିତି ଚୁରମାର ହେଇ ଭାଙ୍ଗି ଗଲା

ଚୁପଚାପ ବିନା ଶବ୍ଦରେ

ସାଉଁଟିବାକୁ ହୁଏତ ଲାଗିପାରେ କେତେ ଶତାବ୍ଦୀ

କିନ୍ତୁ କଣ କରାଯାଇ ପାରେ

କାଲି ରାତିରେ ପ୍ରେମିକାଟିଏର ମୃତ୍ୟୁ ହେଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍