STORYMIRROR

Gopal Behera

Others

3  

Gopal Behera

Others

ପ୍ରେମ

ପ୍ରେମ

1 min
13.3K


ନୂଆ ନୂଆ ପ୍ରେମ ଲାଗଇ ତ ମଜା

ଆହାକି ସରଗ ସୁଖ

ଛାତି ଧକ ଧକ ହେଉଥାଏ ସଦା

ଦେଖିବାକୁ ପ୍ରିୟା ମୁଖ ।।

ସେ ଅବା ମୋହର କେଉଁ ସମ୍ପର୍କର

କରିନେଲା ମୋତେ ବଶ

ତା' ବିନା ଏ ମନ ହୁଏ ଛନ ଛନ

ଜୀବନଟା ଲାଗେ ବିଷ ।

ଆଖି ମୋ ଥିଲେ ବି ଲାଗେ ଅନ୍ଧ ପରି

ନ ଦେଖିଲେ ମୁହଁ ତାର

ତା' ମୁଖ ଚନ୍ଦ୍ରମା ପାଗଳ କରୁଛି

ସଜେଇ ମୋତେ ପ୍ରେମିକ ।।

ତା' ଚେହେରା ଦିନେ ନ ଦେଖିଲେ ମୋତେ

ଆସେ ନା ଆଖିରେ ନିଦ

ପ୍ରଥମ ଦେଖାରେ ହୃଦୟ ଭିତରେ

କରିନେଇଛି ସେ ଘର ।।

ଆଙ୍କି ଦେଲା ମନେ ଆଉ ମୋ ହୃଦୟେ

ପ୍ରେମର ନୂତନ ଚିତ୍ର

ଜାଣି ପାରିଲି ନି କେବେ ସେଇ ଛବି

ପାଇଗଲା ଜୀବନ୍ୟାସ ।।

କବି ନୁହେଁ କି ମୁଁ ପ୍ରେମିକ ବି ନୁହେଁ

ମନ ମୋ ମୁକ୍ତ ଚଢେଇ

ଭାବିବନି କେବେ ପ୍ରେମିକଟେ ମତେ

ଲେଖୁ ଲେଖୁ ଦେଲି ଲେଖି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Gopal Behera

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ସାଥି

ସାଥି

1 min ପଢ଼ନ୍ତୁ