ପଲିଟିସିଆନର ଆତ୍ମକଥା
ପଲିଟିସିଆନର ଆତ୍ମକଥା
ମୁଁ ଜଣେ ନାରୀ ନେତେରି ,
ମୋ ନାଁ ଭାନୁମତୀ ପତରି
ମୋ ହାତ ମୁଠାରେ ଅଛନ୍ତି କେତେ ଯେ ମନ୍ତରୀ ,
ଯନ୍ତରୀ ଆଉ ତନ୍ତରୀ ....
ମୁଁ ଜଣେ ନାରୀ ନେତେରି ,
ମୋ ନାଁ ଭାନୁମତୀ ପତରି ......[1]
ନିରୀବାଚନରେ ମତେ ଯେ ଦବ ଭୋଟ ,
ମୁଁ ତାକୁ ଗଣିବି ନୋଟ ଉପରେ ନୋଟ ,
ମୋଟା ଲାଞ୍ଚ ନେଇ ବେକାରିଙ୍କୁ ଦିଏ ମୁଁ ଚାକିରୀ
ଲୋକଙ୍କୁ ବନାଇ ଭକୁଆ
ମୁଁ ତାଙ୍କୁ ଦିନରେ ଦେଖାଏ ଡିବିରୀ
ମୁଁ ଅଟେ ଆଗାମୀ କାଲିର ପ୍ରଧାନ ମନ୍ତୀରି
ମୁଁ ଜଣେ ନାରୀ ନେତେରି ,
ମୋ ନାଁ ଭାନୁମତୀ ପତରି ....... [2]
ମୋ ଅମଳେ ହୁଏ କୂଅ ଚୋରି ଆଉ ପୋଖରୀ ଯାଏ ତ ହଜି
ରାସ୍ତା ଘାଟରେ ଛକ ଗହଳିରେ କରେ ମୁଁ ଭାଷଣ ବାଜି
ମୋ ଘର ଆଗରେ ଦଣ୍ଡ ମାରନ୍ତି ଗଣ୍ଡା ଗଣ୍ଡା ମନ୍ତୀରି
ମୁଁ ଜଣେ ନାରୀ ନେତେରି ,
ମୋ ନାଁ ଭାନୁମତୀ ପତରି ....... [3]
ଯେବେ ମୁଁ ଖୋଲିବି ମୋ ଭାନୁମତୀ ପେଡି
ରାସ୍ତାରେ ଶାସକ ଓ ବିରୋଧୀ ହେଇଯିବେ ଗଡାଗଡି
ବାହାରିଯିବ ପଲିଟିକସ ଭିତରୁ ରାଜନୀତି
ଯେପରି ଦୁଧରୁ ଅଲଗା ହୁଏ ପାଣି ଆଉ ମାଛରୁ ଛାଡେ କାତି
ଏହା ଅଟେ ଗହନ କଥା ଭିତିରି
ମୁଁ ଜଣେ ନାରୀ ନେତେରି ,
ମୋ ନାଁ ଭାନୁମତୀ ପତରି ..... [4]
