Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kureshu Sahu

Others

2.8  

Kureshu Sahu

Others

ପାଠୋଇ ବୋହୁ

ପାଠୋଇ ବୋହୁ

1 min
13.4K



ଜେଜେ ଖୋଜି ଖୋଜି ନାତିଆଟା ପାଇଁ

ଆଣିଲେ ନାତୁଣୀ ବୋହୁ ।

ଚାକିରୀ କରିକି ଟଙ୍କା ଅରଜିବ

ସେ ପରା ପାଠୋଇ ବୋହୁ ।।

ଅଜାର ସ୍ବପ୍ନରେ ସପନ ମିଶାଇ

ଖୁସି ହେଲେ ପରିବାର ।

ପାଠୋଇ ବୋହୁକୁ ପାଛୋଟି ଆଣିଲେ

ହୋଇ କେତେ ତରବର ।।

ଦୁଇ ଦିନ ଗଲା ଚାରି ମାସ ହେଲା

ପୁରିଗଲା କେତେ ବର୍ଷ ।

ଏତିକି ବର୍ଷରେ ପାଠୋଇ ବୋହୁର

କଥା ତ ଲାଗିଲା ବିଷ ।।

ସପନ ତାଙ୍କର ଅଧା ରହିଗଲା

ଫୁଟିଲାନି ମୁହେଁ ହସ ।

ଚାକିରୀଆ ପୁଅ ବୋହୁ ଚାଲିଗଲେ

ଛାଡ଼ିଦେଇ ନିଜ ବାସ ।।

ଗାଆଁ ଘରଟିର ଛପର ଉଡ଼ିଲା

ଦିନରେ ପଡୁଛି ଖରା ।

ଚାରି କାନ୍ଥ ମଧ୍ୟେ ବିଧବା ମାଆଟା

ରାତିରେ ଗଣୁଛି ତାରା ।।

ଶ୍ୱଶୁରଙ୍କ ଶ୍ରାଦ୍ଧେ ନିଜ ବର ସାଥେ

ବାଢ଼ିଲାନି ହାତେ ପିଣ୍ଡ ।

ସହରୀ ବାସ୍ନାରେ ମୋହିତ ହୋଇ ସେ

ମାଢ଼ିଲାନି ଗାଆଁ ଦାଣ୍ଡ ।।

ଦୁଃଖିନୀ ମାଆର ବିଚାରା ପୁଅଟା

ଝରାଉଛି କେତେ ଲହୁ ।

ଉଦ୍ଧତ ପତ୍ନୀକୁ କ'ଣ ବା କହିବ

ସେ ପରା ପାଠୋଇ ବୋହୁ ।।


କୁରେଶୁ ସାହୁ

ଚାନ୍ଦପୁର, ଚିକିଟି ବ୍ଲକ୍ (ଗଞ୍ଜାମ)


Rate this content
Log in