Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kureshu Sahu

Others

5.0  

Kureshu Sahu

Others

ବାଃ ବାଃ ରେ ସେ ପୁଅ

ବାଃ ବାଃ ରେ ସେ ପୁଅ

1 min
7.3K


ଦଶ ମାସ ଦଶ ଦିନ ଗର୍ଭେ ଧରି

ଦେଇଥିଲା ମାଆ ଜନ୍ମ ।

ନାରୀର ମାୟାରେ ପଡ଼ିଯାଇ ତୁହି

ଭୁଲିଗଲୁ ନିଜ କର୍ମ ।।

ମାଆର ବକ୍ଷରୁ କ୍ଷୀର ପାନ କରି

ଶକ୍ତ ହେଲା ତୋର ହାଡ଼ ।

ସେହି ମାଆ ସ୍ନେହ ଆଦର ପାଇ ତୁ

ହୋଇଅଛୁ ଆଜି ବଡ଼ ।।

ଦୁଇ ଆଖି ଲୁହ ପାଟିରେ ପଶୁଛି

ପାଖେ ତା'ର କେହି ନାହିଁ ।

ପୁଅ ଜନ୍ମ କରି କି ପୁଣ୍ୟ ଅର୍ଜିଛି

ବୁଝି ସିଏ ପାରୁ ନାହିଁ ।।

ରଙ୍କୁଣୀ ମାଆର ସେବା ନ କରିଲେ

ରକ୍ତରୁ ଜନ୍ମିତ ପୁଅ ।

ଏହି କାର୍ଯ୍ୟ ଦେଖି ସଭିଏଁ କହିବେ

ବାଃ ବାଃ ରେ ସେ ପୁଅ ।।

କୁରେଶୁ ସାହୁ

ଚାନ୍ଦପୁର, ଚିକିଟି ବ୍ଲକ୍ (ଗଞ୍ଜାମ)


Rate this content
Log in