STORYMIRROR

Bibhuti bhusan Mishra

Others

3  

Bibhuti bhusan Mishra

Others

ପାଦ

ପାଦ

1 min
198

ମାଗିବିନି କିଛି ବୋଲି ତ ବହୁତ ଦିନରୁ 

ଚିନ୍ତା କରିଥିଲି ମହାପ୍ରଭୁ 

ଧନ ଜନ ଗୋପ ଲକ୍ଷ୍ମୀ 

କିଛି କିଛି କିଛି ମାଗିବିନି 

ଏବେ କିନ୍ତୁ ସମ୍ଭାଳି ପାରୁନି ଲୋଭ 

ସେଇ ପାଦ ଦୁଇଟିର କଥା ଜାଣିଗଲା ପରେ ।


କେମିତି ନହେବ କହିଲ ମହାପ୍ରଭୁ 

ସଂସାରରେ ଶ୍ରେଷ୍ଠ ଆଉ କ'ଣ ବା ଅଛି 

ତାକୁ ଛାଡ଼ିଦେଲେ ।

ଗଙ୍ଗାକୁ ତ ଜନ୍ମ ଦେଲ ସେ ନଖ କୋଣରୁ

କେତେ ଦାନ କଲା ବଳି  

ଚାପିଦେଲ ପାତାଳକୁ ସେ ପାଦରେ 

ଜନ୍ମ ତା'ର ହୋଇଲା କୃତାର୍ଥ ।


ସତରେ ମହାପ୍ରଭୁ ଏତେ ସୁନ୍ଦର କରି

କେମିତି ଗଢିଲ ସେ ‌ପାଦ‌ ଦୁଇଟିକୁ

ଯେତେ ଦେଖିଲେବି ମେଣ୍ଟୁ ନାହିଁ ତୃପ୍ତି 

ଇଚ୍ଛା ହୁଏ ଜାବୁଡ଼ି ଧରନ୍ତି

ସେ ପାଦକୁ ଜନ୍ମ ଜନ୍ମାନ୍ତର 

ଯମୁନାତ ଉଚ୍ଛୁଳି ଉଠିଥିଲା 

ସ୍ପର୍ଶ କରିବାକୁ ସେ ପାଦ 

ଧୋଇ ଦେଲା ଉଲ୍ଲସିତ ମନେ ଜାଣିଛି ଜଗତ। 


ସେହି ପାଦ କରିଦେଲା ପଥରକୁ ନାରୀ 

କୈବର୍ତ୍ତର ମନରେ ଆଶଙ୍କା

ନ ଧୋଇ ସେ ପାଦ ଦୁଇ 

ଛାଡିଲାନି ନଉକାକୁ ତା'ର 

ଧୋଇଦେଲା ପାଦ ଦୁଇଟିକୁ 

ବ୍ରହ୍ମା ଶିବ ପାରିଲେନି କରି ଯାହା

ପୂରଣ କରିଲା ତାହା 

ଶ୍ରେଷ୍ଠ ଆଶା ଜୀବନର ତା'ର ।


ଶବରୀର କୁଟୀରରେ ପଡ଼ିଲା ସେ ପାଦ

ଧୋଇ ଦେଲା ତା'ର ଅଶ୍ରୃ ନୀରେ 

ଉଦ୍ଧବ ବି ହଜିଥିଲା ସେ ପାଦ ପ୍ରେମରେ 

କହିଦେଲା ତୁମରି ଆଗରେ 

ବଦ୍ରିକା‌ ତ ନୁହଁଇ ଅଧିକ ଏ ଦୁଇ ପାଦରୁ ।


ସେ ପାଦକୁ ଆଶ୍ରା କରି 

ତରି ଗଲେ ଗୋପ ଗୋପାଳୁଣି ।

ଗୋପଠାରୁ ବୃନ୍ଦାବନ କିଏ ସେ ଧାଇଁନି କହ 

ସେ ପାଦ ପଛରେ ।

ମୁଁ କେମିତି ରହିଯିବି କୁହ ମହାପ୍ରଭୁ 

ଏବେ ନିଶ୍ଚିନ୍ତରେ ନ ମାଗି ଆଶ୍ରୟ ଟିକେ ସେ ପାଦରେ 

ସବୁକିଛି ଜାଣିଗଲା ପରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bibhuti bhusan Mishra

ପାଦ

ପାଦ

1 min ପଢ଼ନ୍ତୁ