STORYMIRROR

Deba Prasad Panda

Others

4  

Deba Prasad Panda

Others

ଓଡିଆ ଭାଷାକୁ ପଡିଛି ଦଶା

ଓଡିଆ ଭାଷାକୁ ପଡିଛି ଦଶା

1 min
40.5K


ଓଡିଆ ଭାଷାକୁ ପଡିଛି ଦଶା


ସଂସ୍କାର ସଂସ୍କୃତି ଚୂଲିକି ଗଲାଣି
ଦେବା ଦେବୀ ସବୁ ନେଲେଣି ମେଲାଣି
ଘରେ ପୂଜା ପାଠ ହୁଏ ମଦ ପାଣି 
ଓଡିଆ ଭାଷାକୁ ପଡିଛି ଦଶା
ଅନ୍ୟଭାଷା ସବୁ ଗୋଳାମିଶା ହୋଇ
ଅପଭ୍ରଂଶ ଆଜି ଓଡିଆ ଭାଷା

ଅ'ଆ ଲେଖା ସବୁ ହୋଇଗଲେ ସ୍ୱାହା   
ଚକ-କଳ-ନଳ ପାଲଟିଲେ ଲୁହା
ଓଡିଆ ପାଇଁକି ନାହିଁ କା'ର ସ୍ପୃହା
ବଦଳି ଯାଉଛି ଭାଷାର ଦିଶା,
ଆଜି କାଲି ଯୁବା କେମିତି ରୋକିବେ  
ଲାଗୁ ନାହିଁ ଏତେ ଟିକେ ଭରଷା

କହୁଥିଲ ଯାହାଙ୍କୁ କଳିଙ୍ଗ ଶଣ୍ଢ
ତାଙ୍କ ଘରେ ଓଡିଆ ପେଲୁଛି ଦଣ୍ଡ
ଭାଷାବିତ୍ ସବୁ ପାଲଟିଲେ ଭାଣ୍ଡ 
ଶିକ୍ଷାବିତ୍ ମାନେ କଲେ ନିରାଶା,
ଓଡିଆ ଭାଷାର ଶିରୀ ତୁଟିଯିବ
କେଉଁ ଆଡୁ ଆଉ ପାଉନି ଆଶା


Rate this content
Log in