STORYMIRROR

Deba Prasad Panda

Others

3  

Deba Prasad Panda

Others

ଏମିିତି ଆସ

ଏମିିତି ଆସ

1 min
13.9K


ଏମିତି ଆସ 

ସ୍ଵାଗତ-ବିଦାୟ ଲଭୁ ଉଲ୍ଲାସ,

ଖାଲି ଦୁଃଖ ନବଢୁ 

ଅଯଥା ଆଖିରୁ ଲୁହ ନଗଡୁ।   

ଏମିତି କାଶ 

ଗଲା ନଳା ବାଟ ଲାଗୁ ଉଶ୍ଵାସ, 

ଖାଲି ତଣ୍ଟି ନଛିଡୁ

କାହା ପରେ କେବେ ଛେପ ନପଡୁ।   ,        

ଏମିତି ହସ 

ମନେ ଖେଳି ଯାଉ ସଦା ହରଷ,  

ଖାଲି ପାଟି ନକାଟୁ    

ଆକ୍ଷପେ କାହାର ମନ ନଫାଟୁ।   

ଏମିତି ବସ 

ଠାଣି ଦେଖି ଉର୍ଦ୍ଧେ ଉଠୁ ନିଶ୍ଵାସ,  

ଖାଲି ପିଢା ନଭାଙ୍ଗୁ

ଜୀବନ-ଜମିନେ ଦାଗ ନଲାଗୁ। 

ଏମିତି ରସ 

ରଙ୍ଗ ଢଙ୍ଗ ଦେଖି ଲାଗୁ ବିଶ୍ଵାସ, 

ଖାଲି ଭଟ୍ଟା ନଆସୁ    

ଆଶା ଯମୁନାରେ ପାଣି ନପଶୁ।


Rate this content
Log in