ନୀଳ ନୟନା
ନୀଳ ନୟନା
1 min
169
ସମୁଦ୍ରଟେ ସିଏ ଶଙ୍ଖେ ପାଣି ଅଟେ ମୋ ଭାଵନା,
ହୃଦ ମନ୍ଦିରରେ ପୂଜା ପାଏ ସେ ମୋ ନୀଳ ନୟନା ।
ପ୍ରେମ ତୁଳୀ ଧରି ଛବିଟାକୁ ଯେବେ ଆଙ୍କଇ ତାର,
ମୃଗ ଚାହାଣୀରେ ରଙ୍ଗାୟିତ ହୁଏ ଚିତ୍ରଟି ମୋର ।
ନିଦ ଶେଯ ପରେ ସପନ ଵୁକୁରେ ଚୁପିଚୁପି ମୋର ପାଖକୁ ଆସେ,
ଛୁଇଁଲା ବେଳକୁ ଲାଜେଇଲା ଭଳି ପଛ କରି ମୋତେ ମୁରୁକି ହସେ ।
କୋଟି ପଦ୍ମ ଫୁଲେ ଅତର ଦେଇକି କିଏ ସେ ତାର ଆଖି ଗଢ଼ିଲା,
ପ୍ରତି ରସିକକୁ ଆକର୍ଷିତ କରେ ମାୟାର ଇନ୍ଦ୍ରଜାଲ ବୋଇଲା ।
ପାରିଜାତ ପରି ଆଖିରେ ତା' ଯାଦୁ ତେଜକୁ ତାର ମାପି ପାରେନା,
ଲାବଣ୍ୟବତୀର ନକଲି ରୂପ ସେ ହୃଦେ ସାଇତା ମୋ ନୀଳ ନୟନା ।