ନଦୀ
ନଦୀ
1 min
149
ନଦୀ ଗୋଟେ ବୋହି ଯାଉଥିବା ଇତିହାସ,
ନଦୀ ଗୋଟେ ସଭ୍ୟତାର ଅଙ୍କାବଙ୍କା ଭୂଗୋଳ I
ତୋ କୋଳରେ ଗଢିଉଠିଛି କେତେ ସଂସ୍କୃତି,
ତୋ ଢେଉରେ ମିଳେଇଯାଇଛି କେତେ ସହର,
ତୋ ଛାତିରେ ଜାକିଧରିଛୁ କେତେଯେ ଅପାସୋରା ଅତୀତ I
ତୋ କୁଳୁକୁଳୁ ସ୍ଵନରେ ଚହଲି ଉଠିଛି ମାଟି, ଆକାଶ
ତୁ ମୁଖସାକ୍ଷୀ କେତେ ମିଳନ, ବିଛେଦରେ କାହାଣୀ ସବୁର I
ତୋ ଅଫୁରନ୍ତ ଦେହକୁ ଅନେକବାର ଛୁଇଁଛି ବୋହି ଯାଉଥିବା ସମୟ,
କିନ୍ତୁ ତୋ ପ୍ରେୟସି ଆଖି ଚହଲା ମନନେଇ
ଯୁଗେଯୁଗେ ପ୍ରତିକ୍ଷ୍ୟା କରିଛି ମିଶିଯିବାକୁ ସାଗର ବୁକୁରେ I
ଇତିହାସ ବଦଳିଛି, ଭୂଗୋଳ ବଦଳିଛି
ବଦଳିଛି ମାଟି, ପୁଣି ବଦଳିଛି ଆକାଶ,
କିନ୍ତୁ ବଦଳିନି ତୋ ପ୍ରେମର ସାଗର I
ସେ ସାଗର ବୁକୁରେ ବାରମ୍ବାର ଏକାକାର ହେଇଛୁ ତୁ,
ତଥାପି ସାଗରଠୁ ଭିନ୍ନ ତୁ ବଜାୟ ରଖିଛୁ ତୋ ପରିଚୟ I
